କରୋନା ରେ ସାହା ଭରସା ଓସା

କରୋନା ରେ ସାହା ଭରସା ଓସା

ଓଡିଶା ବଡ ଖବର
#କରୋନା_ରେ_ସାହା_ଭରସା_ଓସା     ଆବୁଧାବି  : ସେ ଥିଲେ ଘର ର ମେରୁଦଣ୍ଡ । ଦୀର୍ଘ ୧୧ବର୍ଷ ହେଲା ଆବୁଧାବିରେ କାମ କରି ଘର ଚଳାଉଥିଲେ ।ଘରେ ସେ ଥିଲେ ସାନ ପୁଅ । ତାଙ୍କର ଚାରି ଭଉଣୀ । ଆବୁଧାବି ରେ ଚାକିରୀ କଲା ପରେ ସମସ୍ତଙ୍କର ବିଭାଘର କରିପାରିଥିଲେ । ଘରେ ତିନି ପ୍ରାଣୀ ସମସ୍ତେ ମହେନ୍ଦ୍ରଙ୍କ ଭରସାରେ ଥିଲେ ।  କିନ୍ତୁ ଭାଗ୍ୟର ବିଡମ୍ବନା । ଭଗବାନ ଶେଷରେ ନିଷ୍ଠୁର ହୋଇଗଲେ । ଘରେ ବୁଢ଼ୀ ମା,ସ୍ତ୍ରୀ, ୪ ବର୍ଷର ଝିଅ, ତାଙ୍କର ଫେରିବା ବାଟ କୁ ଚାହିଁ ବସିଥିଲେ । ସେମାନେ ମହାମାରୀ କରୋନା ବିଷୟରେ କିଛି ଜାଣିବା ପୂର୍ବରୁ ସବୁଦିନ ପାଇଁ ହରାଇଲେ ମହେନ୍ଦ୍ରଙ୍କୁ । କିନ୍ତୁ, ଏହି ବିପଦରେ ସାହାଯ୍ୟର ହାତ ବଢେଇଥିଲେ , ଆବୁଧାବିରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ନେଇ ଗଠିତ ଓଡ଼ିଆ ସମାଜ ଅବୁଧାବି(ଓସା) ର କର୍ମକର୍ତ୍ତା । ଏହି ଖବର ଗଣମାଧ୍ୟମରେ ପ୍ରଚାର ହେବା ପରେ , ଓସା ର କର୍ମକର୍ତ୍ତା ଗଣ, ଅବୁଧାବିରେ  ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଥିଲେ । ତାଙ୍କ ମରଶରୀରକୁ ତାଙ୍କର ଜନ୍ମସ୍ଥାନ ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଚନ୍ଦନପୁର ପଂଚାୟତ ରେ ଥିବା ଗୁପ୍ତିରା ଗ୍ରାମ କୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ।
ଖାଲି ଏତିକିରେ କାମ ସାରିନଥିଲେ, ଓସାର ସଦସ୍ୟ ମାନେ ଏହି ମହାବିପଦ ସମୟରେ ତାଙ୍କ ଘରକୁ ଯାଇ ତାଙ୍କ ପରିବାର କୁ ୬୧, ୦୦୦ ଟଙ୍କା ର ପ୍ରାଥମିକ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ ଏବଂ ଭବିଷ୍ୟତରେ ଆହୁରି ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।  ନିଜର ସମୟ ଓ ଅର୍ଥ ବିନିଯୋଗ କରି ତୃଣମୂଳ ସ୍ତରରେ ସାହାଯ୍ୟ ପହଞ୍ଚାଇ ପାରିଥିବାରୁ , ଓସା ର ଏହି କମିଟି ପ୍ରଶଂସା ର ପାତ୍ର ପାଲଟିଛନ୍ତି । ମହାମାରୀ କରୋନା ସମୟରେ ଆବୁଢଧାବିରେ ଫସି ରହିଥିବା ପ୍ରାୟ ୫୨ ଜଣ ଓଡ଼ିଆ ଙ୍କୁ ଓଡିଶାରେ ପହଞ୍ଚାଇବା ପାଇଁ, ଭାରତୀୟ ଦୂତାବାସ ଓ ଏଆର ଇଣ୍ଡିଆ ସହିତ ଯୋଗାଯୋଗର ହାତବଢାଇଥିଲେ ।
ଏତଦ୍ ବ୍ୟତିତ ଓଡ଼ିଶାର ବିଭିନ୍ନ ଦୈଵି ଦୁର୍ବିପାକ ଯଥା ଫାଇଲିନ, ଫନି ସମୟରେ ଓସା ର କର୍ମକର୍ତ୍ତା  ଓଡିଶା ବାସୀଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି । ଓସାର ସଭାପତି ପ୍ରଦୀପ କୁମାର ରଥ, ଓଡ଼ିଆ ସମାଜ ଆବୁଧାବିର ସମସ୍ତ ସଭ୍ୟମାନଙ୍କୁ ସହାୟତାର ହାତ ବଢାଇଥିବାରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।
ଆମ ମାତୃଭୂମି ଉତ୍କଳର କଳା, ସଂସ୍କୃତି, ସାହିତ୍ୟ, ସଂଗୀତ ଓ ଭାଷା କୁ ବିଦେଶ ମାଟିରେ ପରିଚିତ କରାଉଥିବା  ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ନେଇ ଗଠିତ “ ଓଡ଼ିଆ ସମାଜ ଆବୁଧାବି” (ଓସା) ର ଏହି ସାହାଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ।