କରୋନା ଯୋଗୁଁ ଜୀବିକା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଓଡିଶା ବଡ ଖବର

 ୬୫ ହଜାର ଉଠା ଦୋକାନୀଙ୍କୁ ମିଳିବ ୩ ହଜାର ଟଙ୍କା
୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ଦିଆଯିବ ରନ୍ଧାଖାଦ୍ୟ

#କରୋନା_ଯୋଗୁଁ_ଜୀବିକା_ପ୍ରଭାବିତଙ୍କ_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ଘୋଷଣା       ଭୁବନେଶ୍ୱର   :  କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଘୋଷଣା ଫଳରେ ଗରିବ ଏବଂ ଶ୍ରମିକ ଶ୍ରେଶୀ ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୧୧୪ଟି ପୌରାଞ୍ଚଳରେ ଥିବା ଉଠା ଦୋକାନୀ (ଷ୍ଟ୍ରିଟ୍ ଭେଣ୍ଡର) ମାନଙ୍କ ପାଇଁ ୩ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୬୫,୦୦୦ ରେଜିଷ୍ଟ୍ରିଭୁକ୍ତ ଷ୍ଟ୍ରିଟ୍ ଭେଣ୍ଡର ଉପକୃତ ହେବେ ।
ସେହିପରି ପ୍ରତି ପଞ୍ଚାୟର ଶହେରୁ ଦୁଇ ଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି କାର୍ଯ୍ୟ କରାଯିବ ଏବଂ ଲୋକମାନେ ରନ୍ଧା ଖାଦ୍ୟ ଘରକୁ ନେଇ ଖାଇ ପାରିବେ । ଏହା ଦ୍ୱାରା ଦଶ ଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକାର ପାଇବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି । ଲୋକମାନଙ୍କୁ ଘର ବାହାରକୁ ନଆସିବାକୁ ଅନୁରୋଧ କରାଯାଇଛି । କେବଳ ଘରେ ରହିବା ଦ୍ୱାରା ହିଁ ଆମେ ଏସଂଗ୍ରାମକୁ ଜିତି ପାରିବା । ଘରେ ରହି ସାବୁନ୍ ରେ ହାତ ଧୋଇ କରୋନାକୁ ହରାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।