#କରୋନା_ମୁକାବିଲା_ପାଇଁ_ମୁଖ୍ୟମନ୍ତ୍ରୀ_ଙ୍କ_ରିଲିଫ_ପାଣ୍ଠିକୁ_ଦାନ ଯାଜପୁର : ( ବିଶ୍ବଜିତ ରଣା ) କରୋନା ର ଭୟାବହତା ସହ ମୁକାବିଲା ଆବଶ୍ୟକତାକୁ ଅନୁଭବ କରି ସମାଜସେବୀ ସହାୟତାର ହାତ ବଢାଇଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚି ଯାଜପୁର ଟାଉନ୍ ର ବ୍ୟବବସାୟୀ ତଥା ସମାଜସେବୀ ଅମୂଲ୍ୟ କୁମାର ସାହୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଦେବା ସହ ଏହା ଏକ ମହତ କାର୍ଯ୍ୟ ବୋଲି ପ୍ରକାଶ କରିଛନ୍ତି।