କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବଢ଼ୁଛି ସହାୟତାର ହାତ

କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବଢ଼ୁଛି ସହାୟତାର ହାତ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#କରୋନା_ବିରୁଦ୍ଧରେ_ଲଢ଼େଇ_ପାଇଁ_ବଢ଼ୁଛି_ସହାୟତାର_ହାତ           ଯାଜପୁର : (ବିଶ୍ୱଜିତ ରଣା )      ବିଶ୍ୱରେ କରୋନା ମହାମହାରୀର ରୂପନେଇ ଲକ୍ଷାଧିକ ଲୋକଙ୍କର ଜୀବନ ନେଲାଣି । ଆମ ଦେଶରେ ମଧ୍ୟ କରୋନାର ଆତଙ୍କ କିଛି କମ୍ ନୁହେଁ । ଏହି କରୋନା ସହ ଲଢ଼େଇ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟୟ ହେଉଛି । ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ବରିଷ୍ଠ ନାଗରିକ ଅନୁଷ୍ଠାନ, ସଂସ୍ଥା, ବ୍ୟକ୍ତିବିଶେଷ , ବ୍ୟବସାୟୀ, ଯୁବକ ଓ ଛୋଟଛୋଟ ପିଲାମାନେ ସହଯୋଗର ହାତ ସଂପ୍ରସାରଣ କରିଛନ୍ତି । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁୁ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ରବିବାର ପୂର୍ବାହ୍ନରେ ଦୁଇ ଜଣ ଛାତ୍ରଛାତ୍ରୀ ସେମାନଙ୍କର ବାକ୍ସରେ ସଂଚୟ କରିଥିବା ୧୦ ହଜାର ୯୦ ଟଙ୍କା ପ୍ରଦାନ କରିଛନ୍ତି । ଯାଜପୁର ଟାଉନ ଶିତଳେଶ୍ୱର ନିବାସୀ ଶାନ୍ତିଲତା ମିଶ୍ରଙ୍କର ନାତି ପ୍ରଭୁଦେବ ମିଶ୍ର ଓ ନାତୁଣୀ ଶ୍ରେୟା ପଣ୍ଡା ଯିଏକି ଆପେକ୍ସ ଇଂଲିସ ମିଡିୟମ୍ ସ୍କୁଲର ନବମ ଶ୍ରେଣୀରେ ଅଧ୍ୟୟନରତ । ସେମାନେ ସଞ୍ଚୟ ଅର୍ଥକୁ କରୋନା ବିରୁଦ୍ଧ ଯୁଦ୍ଧରେ ବ୍ୟୟ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏହି ଦୁଇ ଛୋଟ ପିିଲା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିବା ସହ ଯେଉଁମାନେ ଏହି ଭଳି ସହାୟତା କରିବାକୁ ଚାହୁଛନ୍ତି ସେମାନେ ନଗଦ ଅର୍ଥ, ଚେକ୍ ବା ସିଧାସଳଖ ଏନ୍ଏଫ୍ଟିଏଫ୍ ମାଧ୍ୟମରେ ଜିଲ୍ ରେଡକ୍ରସ ଆକାଉଣ୍ଟ ନମ୍ବର ୧୧୩୦୮୯୪୫୯୨୧ ଆଇ.ଏଫଏସ୍ସି ଏସ୍.ବି.ଆଇ.ଏନ୍ ୦୦୦୦୦୯୪ ମାଧ୍ୟମରେ ମଧ୍ୟ ସହାୟତା ନେଇପାରିବେ । ସେହିପରି ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ଙ୍କ ରିଲଫ୍ ଫଣ୍ଡକୁ ଦେବାକୁ ଚାହିଁଲେ ୱେବସାଇଟକୁ ଯାଇ ଦାଖଲ କରିପାରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ଜିଲ୍ଲାପାଳଙ୍କ ନିକଟରେ କରୋନା ସହାୟତା ପାଇଁ ୩୩ ଲକ୍ଷ୧୧ ହଜାର ୫୭୯ ଟଙ୍କା ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୮୦ହଜାର,
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୬ଲକ୍ଷ ୭୦ ହଜାର ୭୩୮ ଟଙ୍କା ଓ ଜିଲ୍ଲା ରେଡକ୍ରସ  କୁ ୫ ଲକ୍ଷ ୫୦ ହଜାର ୪୬୪ ଟଙ୍କାର ସହାୟତା ମିଳିଛି । ସେହି ବ୍ଲକ୍ ମାନଙ୍କରେ
ମଧ୍ୟ କିିଛି ବ୍ୟକ୍ତି ସହାୟତା ପ୍ରଦାନ କରିଛନ୍ତି ଯାହା ସଂପୃକ୍ତ ବିଡିଓମାନେ ଜିଲ୍ଳାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ବା ଜିଲ୍ଲା ରେଡକ୍ରସରେ ଗଚ୍ଛିତ ରଖିବେ ।