କରୋନା ପାଇଁ ସେଲୁନ୍ , ପାର୍ଲର ବନ୍ଦ,ପୋଖରୀରେ ଗାଧୋଇବା ମନା

କରୋନା ପାଇଁ ସେଲୁନ୍ , ପାର୍ଲର ବନ୍ଦ,ପୋଖରୀରେ ଗାଧୋଇବା ମନା

ଓଡିଶା ବଡ ଖବର

#କରୋନା_ପାଇଁ_ସେଲୁନ୍_ପାର୍ଲର_ବନ୍ଦ   ଭୁବନେଶ୍ୱର : କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହାଇ-ଏଣ୍ଡ୍ ସେଲୁନ୍, ବ୍ୟୁଟିପାର୍ଲର, ସ୍ପା ଆଦି ବନ୍ଦ ରହିବ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏଗୁଡିକ ବନ୍ଦ ରହିବ । ସଂକ୍ରମଣ ରୋକିବାପାଇଁ ଦୂରତା ରଖିବା ଅତ୍ୟାବଶ୍ୟକ । ତେବେ ଏହି ସବୁ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ନୁହେଁ ବୋଲି ଜଣାପଡ଼ିବା ପରେ ଏହି ନିଷ୍ପତି ନିଆଯାଇଛି ବୋଲି କୁହାଯାଇଛି । ସେହିପରି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ । ସଂଗ୍ରହାଳୟ, ଗ୍ରନ୍ଥାଗାର, ଥିଏଟରଗୁଡ଼ିକ ବନ୍ଦ ରହିବ ବୋଲି କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି ।
ଗାଧୁଆ, ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପୋଖରୀ ଭଳି ଜଳାଶୟଗୁଡ଼ିକରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ । ଏହା ପରିବର୍ତେ ନଳକୂପ ଏବଂ ପାଇପ୍ ଜଳଯୋଗାଣ ବ୍ୟବସ୍ଥାର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବାସିକ କଲ୍ୟାଣ ସଂଘ (ରେସିଡେଂଟ ୱେଲ୍ଫେୟାର ଆସୋସିଏସନ୍)ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛିି ।
୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ପରିଚାଳନାଧୀନ ଭିତରକନିକା ପ୍ରକୃତି ଶିବିର, ରାଜ୍ୟର ସମସ୍ତ ଚିଡ଼ିଆଖାନା, ପରିବେଶ-ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଛି । ଆଂଚଳକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଭୁବନେଶ୍ୱରର ଉଦ୍ଭିଦ ଉଦ୍ୟାନକୁ ପ୍ରତିଦିନ ଅପରାହ୍ଣ ୨ଟାରୁ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦ୍ରବ୍ୟ ଓ ସାମଗ୍ରୀ ନେଇ ଚଳାଚଳ କରୁଥିବା ବସ୍, ଟ୍ରେନ୍ ଏବଂ ଗାଡ଼ିଗୁଡ଼ିକ ରାଜ୍ୟ ଭିତରେ କିମ୍ବା ଆନ୍ତରାଜ୍ୟ ସୀମାରେ ବନ୍ଦ ହେବ ନାହିଁ ।
କୁକଡ଼ା, କୁକଡ଼ା ଅଣ୍ଡା ସହ ଅନ୍ୟ ପୋଲଟ୍ରି ଉତ୍ପାଦ ନିରାପଦ ଅଟେ । ଏସବୁ ପରିହବନ ଓ ବ୍ୟବହାର ସମୟରେ ଆବଶ୍ୟକୀୟ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।