କରୋନା ପାଇଁ ବିଏମସିର କଟକଣା,ସକାଳ ୬ଟାରୁ ସଂଧ୍ୟା ୬ ଯାଏ ଖୋଲା ରହିବ ହାଟ

କରୋନା ପାଇଁ ବିଏମସିର କଟକଣା,ସକାଳ ୬ଟାରୁ ସଂଧ୍ୟା ୬ ଯାଏ ଖୋଲା ରହିବ ହାଟ

ଓଡିଶା ବଡ ଖବର ମହାନଗର

#କରୋନା_ପାଇଁ_ବିଏମସି_ପକ୍ଷରୁ_କଟକଣା      ଭୁବନେଶ୍ୱର : କରୋନା ସଂକ୍ରମଣ ଭୟ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ରାଜଧାନୀର ବିଭିନ୍ନ ହାଟର ସମୟ ଉପରେ କଟକଣା ଲଗାଯାଇଛି । ବିଏମସି ଅଧିନରେ ଆସୁଥିବା ପ୍ରମୁଖ ହାଟ ଗୁଡ଼ିକ ଏଣିକି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ । ସଂଧ୍ୟା ସମୟରେ ବିଭିନ୍ନ ହାଟରେ ଭିଡ ଅଧିକ ହେଉଥିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି । ଆଗାମୀ ମାର୍ଚ୍ଚ ୩୧ ଯାଏ ଏହି କଟକଣା ଲାଗୁ ହେବ ।

Image result for bhubaneswar vegitable market

ମିଳିଥିବା ସୂଚନା ଅନୁସାରେ ହାଟରେ ବିଭିନ୍ନ ପ୍ରକାରର ଜିନିଷ ଯେପରିକି ପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମିଳିଥାଏ । ଯେହେତୁ ଗୋଟିଏ ସ୍ଥାନରେ ସମସ୍ତ ଜିନିଷ ମିଳିଥାଏ, ତେଣୁ ହାଟରେ ଲୋକଙ୍କ ଭିଡ଼ ଜମିଥାଏ । ତେବେ କରୋନାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପ୍ରମୁଖ ହାଟ ଗୁଡ଼ିକ ଉପରେ ଏଭଳି କଟକଣା ଲଗାଯାଇଛି ।

ଭୁବନେଶ୍ୱର ମହାନଗର ନିଗମର ନିର୍ଦ୍ଦେଶ ଅନୁସାରେ, ୟୁନିଟ-୧ ଡେଲି ମାର୍କେଟ୍/ ହାଟ, ୟୁନିଟ-୨ ମାର୍କେଟ୍, ସହିଦନଗର ଡେଲି ମାର୍କେଟ୍, ରୁଚିକା ଡେଲି ମାର୍କେଟ୍, ଓଲ୍ଡ ଟାଉନ ଡେଲି ମାର୍କେଟ୍, ଇନ୍ଦ୍ରଧନୁ ଡେଲି ମାର୍କେଟ୍ , ଡମଣା ହାଟ ଓ ଭିଏସଏସ୍ ନଗର ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ ବୋଲି ଜଣା ପଡିଛି । ଆଗାମୀ ମାର୍ଚ୍ଚ ୩୧ ଯାଏ ଏହି କଟକଣା ଲାଗୁ ହେବ । ଏହାସହ ଅନ୍ୟ ହାଟ ଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଅନ୍ୟ ହାଟ ଗୁଡ଼ିକରେ ବି କଟକଣା ଲଗାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।