ଭାରତରେ ପ୍ରଥମ କରୋନା ମୃତ୍ୟୁ, ସାଉଦୀ ଆରବରୁ ଫେରିଥିଲେ

କରୋନା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ସଚେତନତା କାର୍ଯ୍ୟକ୍ରମ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର

#ଅବସରପ୍ରାପ୍ତ_କର୍ମଚାରୀଙ୍କ_କରୋନା_ସଚେତନତା_କାର୍ଯ୍ୟକ୍ରମ  ଯାଜପୁର :(ବିଶ୍ବଜିତ ରଣା) କରୋନାକୁ ଭୟ ନକରିବା ପାଇଁ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୪ତାରିଖ ପୁର୍ବାହ୍ନରେ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ଗୋଲକ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଠା ବନବିହାରୀ ମହାପାତ୍ର, ସମ୍ପାଦକ ଅକ୍ଷୟ କୁମାର ବିଶ୍ୱାଳ, ଗଦାଧର ରାଉତ, ପ୍ରବୋଧ ନାୟକ, ନୃସିଂହ ଚରଣ ମହାନ୍ତି, ନାରାୟଣ ଧଳ, ସନ୍ତୋଷ ସ୍ୱର୍ଣ୍ଣକାର, ମଧୁସୁଦନ ମହାନ୍ତି, ବୃନ୍ଦାବନ ମିଶ୍ର, ଅକ୍ଷୟ ମିଶ୍ର, ସରୋଜ ଚନ୍ଦ୍ର ଦାସ, ଦେବେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ କରୋନାକୁ ଭୟ ନକରିବାକୁ ପରାମର୍ଶ ଦେବା ସହିତ ପରିବେଶ ପରିଷ୍କାର ରଖିବା ଓ ନିଜ ହାତକୁ ସଫା କରି ଖାଇବା, ପରସ୍ପର ଆଲିଙ୍ଗନ ନକରିବା, କାଶ, ଛିଙ୍କ ହେଲେ ମୁହଁରେ ରୁମାଲ ବ୍ୟବହାର କରିବା ସହିତ ଜ୍ୱର, ସର୍ଦ୍ଦି, କାଶ ଆରମ୍ଭ ହେଲେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ କର୍ମଚାରୀ ସଂଘର ମାସିକ ବୈଠକରେ ଆଲୋଚନା କରାଯାଇଥିଲା । ଶେଷରେ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।