କରୋନା ପରୀକ୍ଷଣ ପାଇଁ ଆଉ ୪ ଜିଲ୍ଲାରେ ଖୋଲିବ ଲାବ୍ରୋଟାରୀ

କରୋନା ପରୀକ୍ଷଣ ପାଇଁ ଆଉ ୪ ଜିଲ୍ଲାରେ ଖୋଲିବ ଲାବ୍ରୋଟାରୀ

ଓଡିଶା ବଡ ଖବର

#କରୋନା_ପରୀକ୍ଷଣ_ପାଇଁ_ଆଉ_୪_ଜିଲ୍ଲାରେ_ଖୋଲିବ_ଲାବ୍ରୋଟାରୀ          ଭୁବନେଶ୍ୱର  : କେବଳ ଟେଷ୍ଟିଂ ଦ୍ୱାରା କରୋନାର ସ୍ଥିତି ଜାଣି ହେବ । ଓଡିଶାରେ ଗତ ଫେବୃଆରୀ ମାସରୁ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଗତ ୪ ସପ୍ତାହରେ ଟେଷ୍ଟିଂ କ୍ଷମତା ୧୫୦୦ରୁ ୧୫ ହଜାର କୁ ବୃଦ୍ଧି କରାଯାଇଛି । ଏଣିକି ପ୍ରତିଦିନ ୨୨୦୦ରୁ ୨୪୦୦ ଟେଷ୍ଟ କରୁଛୁ । ବର୍ତମାନ ମୋଟ ୮ ଟି ଲାବ୍ରୋଟୋରିରେ ଟେଷ୍ଟିଂ ହେଉଛି । ଆଗାମୀ ଦିନରେ କୋରାପୁରଟ , ବାଲେଶ୍ୱର ଓ ବଲାଙ୍ଗୀର ଭଳି ଆଉ ୪ ଟି ଜିଲ୍ଲାରେ ଟେଷ୍ଟିଂ ଲାବ୍ରୋଟୋରୀ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।
ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିନ୍ତି ଯେ ବର୍ତମାନ ପରିସ୍ଥିତିରେ ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୪୫୨ ଜଣଙ୍କର କୋଭିଡ୍ ୧୯ ଯାଂଚ କରାଯାଉଥିବା ବେଳେ ଓଡିଶାରେ ୬୬୬ ଜଣଙ୍କର ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଟେଷ୍ଟିଂ ସଂଖ୍ୟା ଆହୁରି ବଢିବ । ଠିକ୍ ସମୟରେ ପଜିଟିଭ୍ ଚିହ୍ନଟ ନହେଲେ ସେ ଆହୁରି ବହୁ ଜଣଙ୍କୁ ସଂକ୍ରମିତ କରିବାର ସମ୍ଭାବନା ବୃଦ୍ଧି ପାଇବ । ତେଣୁ ଟେଷ୍ଟ ହେବା ଜରୁରୀ ବୋଲି ସେ କହିଛନ୍ତି ।
ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଓଡିଶା ଭଲ ସ୍ଥିତି ରହିଛି । ଓଡିଶାରେ ପଜିଟିଭ୍ ହାର ୦.୪୦ ରହିଛି , ଅର୍ଥାତ୍ ୨୫୦ ଟି ନମୂନା ପରୀକ୍ଷା କଲେ ଗୋଟିଏ ପଜିଟିଭ୍ ବାହାରୁଛି ।
ସେହିପରି ଲକ୍ଷଣ ଥାଉ ବା ନଥାଉ ରିଯସ୍କ ଜୋନ୍ ଗୁଡିକରେ ନମୂନା ଟେଷ୍ଟ କରାଯାଉଛି । ଯେତେ ପଜିଟିଭ୍ ରାଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମର୍ଧ୍ୟରୁ ଅଧିକାଂଶ ବିନା ଲକ୍ଷଣଯୁକ୍ତ । ଓଡିଶାରେ ଇମ୍ୟୁିନିଟି ଭଲ ତେଣୁ ଲକ୍ଷଣ ପ୍ରକାଶ ପାଉନାହିଁ । ମାତ୍ର ୧୮ ପ୍ରତିଶତ ଲକ୍ଷଣଯୁକ୍ତ । ବର୍ତମାନ ଓଡିଶାରେ ୮୩ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ସେମାନଙ୍କର ପ୍ରତିଦିନ ରିପୋର୍ଟ ନିଆଯାଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କର ଲକ୍ଷଣ ରହିଛି । ସେମାନଙ୍କର ସାଧାରଣ କାଶ ହେଉଛି । ମାତ୍ର ଭେଣ୍ଟିଲେଟରର ଆବଶ୍ୟକତା ନାହିଁ । କେବଳ ଅନ୍ୟକୁ ସଂକ୍ରମିତ ନକରିବାକୁ ସେମାନଙ୍କୁ ଡିସଚାର୍ଜ କରାଯାଇ ନାହିଁ ।
ତେଣୁ ଲକ୍ ଡାଉନ୍ କୋହଳ ହେଲେ ବି ଆମର ବ୍ୟକ୍ତିଗତ ଦାୟତ୍ୱ ବଢିବ । ସତର୍କ ରହିବା । ଆବଶ୍ୟକ ନଥିଲେ ବାହାରକୁ ଯିବା ନାହିଁ । ମାସ୍କ ବ୍ୟବହାର କରିବା । ବାହାରୁ ଆସିବା ପରେ ସାବୁନ୍ ରେ ହାତ ଧୋଇବା । ଏହାକୁ ପାଳନ କରିବାକୁ ହେବ ।
ସେ ଆହୁରି କହିଥିଲେ ଯେ ଆଇସିଏମଆର ଗାଇଡ୍ ଲାଇନ୍ ଅନୁଯାୟୀ ଟେଷ୍ଟିଂ ହେଉଛି ।ପ୍ରଥମରେ ଲକ୍ଷଣ ଥିବା ଲୋକଙ୍କ ଟେଷ୍ଟିଂ କରାଯାଉଛି । ଯେଉଁମାନେ ପଜିଟିଭ୍ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଯେଉଁମାନଙ୍କର ଦେଶ କିମ୍ବା ରାଜ୍ୟ ବାହାରେ ଟ୍ରାଭେଲ୍ ହିଷ୍ଟ୍ରି ରହିଛି ସେମାନଙ୍କୁ ଟେଷ୍ଟିଂ କରାଯାଉଛି । ଗତ ୧୦ ଦିନରେ ଚିହ୍ନଟ ହୋଇଥିବା ୬୦ କେସ୍ ମଧ୍ୟରୁ ୩୮ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି ।ସେହିପରି ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସେମାନଙ୍କ ଟେଷ୍ଟିଂ କରାଯାଉଛି ବୋଲି ଶ୍ରୀମତୀ ପଣ୍ଡିତ କହିଥିଲେ ।