ଦେଶରେ ୨୨ଲକ୍ଷ ନର୍ସଙ୍କ ଆବଶ୍ୟକତା ରହିଛି

ଦେଶରେ ୨୨ଲକ୍ଷ ନର୍ସଙ୍କ ଆବଶ୍ୟକତା ରହିଛି

ଓଡିଶା

#ଦେଶରେ_୨୨_ଲକ୍ଷ ନର୍ସଙ୍କ ଆବଶ୍ୟକତାରହିଛି           ଭୁବନେଶ୍ୱର  : ଡାକ୍ତରମାନଙ୍କ ସହ ନର୍ସମାନେ କରୋନା ଯୋଦ୍ଧା ପାଲଟିଛନ୍ତି । ସମଗ୍ର ବିଶ୍ୱ କୋଭିଡ-୧୯ ମୁକାବିଲା କରୁଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମୟ ଆସିବ, କରୋନା ଭାଇରସ ·ଲିଯିବ, କିନ୍ତୁ ଏହି ଦୁର୍ଦ୍ଦିନରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିବା ନର୍ସମାନେ ସବୁଦିନ ପାଇଁ ମନେ ରହିବେ ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଆଜି ଏହା କହିଛନ୍ତି ।

ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି, ବର୍ତମାନ ସାରା ଦେଶରେ ୨୨ ଲକ୍ଷ ନର୍ସଙ୍କ ଅଭାବ ରହିଛି । ଫଳରେ ଚିକିତ୍ସା କ୍ଷେତ୍ରରେ ସେବା ପାଇଁ ଅସୁବିଧା ସୃଷ୍ଟି ହେଉଛି । ଓଡ଼ିଶାରେ ପ୍ରତିବର୍ଷ ୮୦୦୦ ଜଣଙ୍କୁ ବିଭିନ୍ନ ନର୍ସିଂ କଲେଜରେ ନର୍ସିଂ ତାଲିମ ଦିଆଯାଉଛି । ଚିକିତ୍ସା ସେବା କ୍ଷେତ୍ରରେ ନର୍ସମାନଙ୍କ ଅବଦାନ ସ୍ମରଣୀୟ । ନର୍ସମାନଙ୍କ ସେବା ଯୋଗୁଁ ରୋଗୀଙ୍କୁ ଆଶ୍ୱସ୍ତି ମିଳିଥାଏ । ଜଣେ ରୋଗୀ ନର୍ସମାନଙ୍କର ଭଲ ଭଲ କଥାରେ ଦୁଃଖ ଓ କଷ୍ଟକୁ ଭୁଲିଯାଇଥାଏ ବୋଲି ସେ କହିଛନ୍ତି ।
ଓଡ଼ିଶାରେ ଗତକାଲି ରାତି ୧୨ଟା ସୁଦ୍ଧା ୬୮ ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି । ମଙ୍ଗଳବାର ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୧୬ ଜଣ ସୁସ୍ଥ ହୋଇଛନ୍ତି ।