କରୋନା କୁ ନେଇରାୟଗଡା ଜିଲ୍ଲା ବାସୀ ଓ କମ୍ପାନୀ ମାନଙ୍କୁ ନିୟମା ବଳୀ ଲାଗୁ କଲେ ଜିଲ୍ଲାପାଳ

କରୋନା କୁ ନେଇରାୟଗଡା ଜିଲ୍ଲା ବାସୀ ଓ କମ୍ପାନୀ ମାନଙ୍କୁ ନିୟମା ବଳୀ ଲାଗୁ କଲେ ଜିଲ୍ଲାପାଳ

ଓଡିଶା ଜିଲ୍ଲା ରାୟଗଡା
#ନିୟମା_ବଳୀ_ଲାଗୁ_କଲେ_ଜିଲ୍ଲାପାଳ    ରାୟଗଡା : (ଗୁରୁ ପ୍ରସାଦ ସାହୁ) ରାୟଗଡା ଜିଲ୍ଲାବାସୀଙ୍କୁ  କରୋନା  ଠାରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ଗୁଡିଏ  ପଦକ୍ଷେପ ହାତକୁ ନେଇ ଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲାରେ ।  ମାର୍ଚ୍ଚ ୨୪  ତାରିଖ ସକାଳ ୬ ଟାରୁ ଆସନ୍ତା ୩୧ମାର୍ଚ୍ଚ  ପର୍ଯ୍ୟନ୍ତ ତାଲା ବନ୍ଦର ଘୋଷଣା କରିଛନ୍ତି ।ଜିଲ୍ଲାରେ କେବଳ ଗ୍ରୋସରି ଦୋକାନ, ପରିବା ଦୋକାନ, କ୍ଷୀର ଦୋକାନ ସକାଳ ୭ ରୁ ସାନ୍ଧ୍ୟ ୭ ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ଆଦେଶ ଜିଲା ପ୍ରଶାସନ ପ୍ରଦାନ କରିଛନ୍ତି । ଏହାଛଡା ରାୟଗଡା ଜିଲ୍ଲା ରେ ଥିବା ବଡ ବଡ କମ୍ପାନୀ ମାନଙ୍କୁ ମଧ୍ୟ ଜିଲ୍ଲା ପାଳ ପ୍ରମୋଦ କୁମାର ବେହେରା ଆଦେଶନାମା ପ୍ରଦାନ କରିଛନ୍ତି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କମ୍ପାନୀ ରୁ ଚାଲୁ ରଖ କିନ୍ତୁ ଅଳ୍ପ ସଂଖ୍ୟକ ଆବଶ୍ୟକକୀୟ କର୍ମଚାରୀ ନିୟୋଜିତ କର । କମ୍ପାନୀ ଭିତରେ କର୍ମଚାରୀ ଦୂରତା ରକ୍ଷା କରି କାର୍ଯ୍ୟ କରିବେ ଓ ଅନ୍ୟ କର୍ମ ଚାରୀ ମାନେ ଘରେ ରହି ଅଫିସ ର କାର୍ଯ୍ୟକରି ପାରିବେ ।