କରୋନା ଉପରେ ସଚେତନ କରିବା ସହ ସହାୟତା ର ହାତ ବଢ଼ାଇଲେ ଯୁଗଳ କିଶୋର

କରୋନା ଉପରେ ସଚେତନ କରିବା ସହ ସହାୟତା ର ହାତ ବଢ଼ାଇଲେ ଯୁଗଳ କିଶୋର

ଓଡିଶା ଜିଲ୍ଲା ନୟାଗଡ଼
#ସହାୟତାର_ହାତ_ବଢ଼ାଇଲେ_ଯୁଗଳ_କିଶୋର            ନୟାଗଡ :(ଶ୍ରୀକାନ୍ତ କୁମାର ରାଉତ ) କରୋନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ନୟାଗଡ ଜିଲ୍ଲାର ଭାପୁର ବ୍ଲକ ଅଧିନସ୍ଥ କଇଁଫୁଲିଆ ଗ୍ରାମର କିଛି  ଲୋକଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସଚେତନ ମଧ୍ୟ କରାଇଛନ୍ତି  ଭାପୁର  ବ୍ଲକ ଫତେଗଡ ଗ୍ରାମର ରାଜ୍ୟ  ବରିଷ୍ଠ  ନାଗରିକ ମହାସଙ୍ଘର ସାଧାରଣ ସହସମ୍ପାଦକ ଓ  ରୋଟାରି କ୍ଳବ ଭୁବନେଶ୍ୱରର ଡାଇରେକ୍ଟର  ଯୁଗଳ କିଶୋରେ ସାହୁ l ଶ୍ରୀ ସାହୁ ନିଜେ କଇଁଫୁଲିଆ ଗ୍ରାମରେ ପ୍ରତ୍ୟକ ଘରକୁ ଘର ବୁଲି ବୁଲି ଲାଇଫବୟ ସାବୁନ ବାଣ୍ଟିବା ସହିତ କିଭଳି ଭାବରେ ଦିନକୁ ଦଶରୁ ବାର ଥର ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବେ ଓ ସାମାଜିକ ଦୂରତା ଅବଲମ୍ବନ କରି କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରି ପାରିବା ସଚେତନ କରାଇ ଥିଲେ l ଏଥି ସହିତ  ଭୁବନେଶ୍ୱର ରୋଟାରି କ୍ଳବ ତରଫରୁ ମଧ୍ୟ ଶ୍ରୀ ସାହୁ ତୃତୀୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ  ପ୍ରାୟ ୨୦୦ ପିଲାଙ୍କୁ  ଖାତା ଓ କଲମ ବଣ୍ଟନ ଓ ୨୦ଟି ଅତି ଗରିବ ଶ୍ରେଣୀ ର ପିଲାଙ୍କୁ ଜ୍ୟୋମେଟ୍ରି ବକ୍ସ ବଣ୍ଟନ କରିଥିଲେ l