କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା ୪୪ ତମ କରୋନା ଆକ୍ରାନ୍ତ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା

ଓଡିଶା ବଡ ଖବର

#କରୋନା_ଆକ୍ରାନ୍ତଙ୍କ_ସଂଖ୍ୟା_୫୦_ଛୁଇଁଲା           ଭୁବନେଶ୍ୱର : ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍‌ରେ ସୂଜନା ଦିଆଯାଇଛି।

ସୂଜନା  ଅନୁଯାୟୀ  ଶୁକ୍ରବାର ଦିନ ମୋଟ ୨୯୮ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୯୬ ଜଣଙ୍କ ନମୁନା ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷ ରେ ଏଯାଏ ମୋଟ ୩୫୪୭ ନମୁନା ପରୀକ୍ଷା ସରିଲାଣି। ଏଥିରୁ ୩୪୯୭ ନମୁନା ନେଗେଟିଭ୍‌ ଆସିଥିବାବେଳେ ୫୦ ପଜିଟିଭ ଆସିଛି।ତେବେ ଏହି ଦୁଇଟି ସଂକ୍ରମିତ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନାହିଁ । ଶୁକ୍ରବାର ଓଡ଼ିଶା ପାଇଁ ସାମାନ୍ୟ ଖୁସିର ବାର୍ତ୍ତା ମଧ୍ୟ ଆସିଥିଲା। ରାଜ୍ୟରେ କରୋନା ଭତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।