କରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୭ ହେଲା

କରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୭ ହେଲା

ଓଡିଶା ବଡ ଖବର

#କରୋନାରେ_ଆଉ_ଦୁଇ_ଜଣଙ୍କର_ମୃତ୍ୟୁ, ମୃତ୍ୟୁ            ଭୁବନେଶ୍ୱର   :  ରାଜ୍ୟରେ କରୋନାରେ ଆଜି ଆଉ ୨ ଜଣ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇ ଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଜଣେ ମୃତକ ଅନୁଗୁଳ ଜିଲ୍ଲାର ଏହା ଅନୁଗୁଳର ପ୍ରଥମ କରୋନା ମୃତ୍ୟୁ । ସେହିପରି ଅନ୍ୟ ଜଣେ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଛି ।  ଗଞ୍ଜାମରେ କରୋନାରେ ମୃତ୍ୟୁ ବରଣ କରିଥିବ ବ୍ୟକ୍ତିଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ଅନୁଗୁଳରେ ମୃତକଙ୍କ ବୟସ ୫୭ ବର୍ଷ ବୋଲି ଜଣାଯାଇଛି ।