କରୋନାକୁ ନେଇ ମିଛ ପ୍ରଚାର କରି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗିରଫ

କରୋନାକୁ ନେଇ ମିଛ ପ୍ରଚାର କରି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗିରଫ

ଓଡିଶା ଜଗତସିହଂପୁର ଜିଲ୍ଲା ବଡ ଖବର ରାଜ୍ୟ

#କରୋନାକୁ_ନେଇ_ମିଛ_ପ୍ରଚାର_କରି_ପୂର୍ବତନ_ବ୍ଲକ୍_ଅଧ୍ୟକ୍ଷ_ଗିରଫ      ଜଗତସିଂହପୁର  : କରୋନାକୁ ନେଇ ସୋସିଆଲ ମିଡିଆରେ ମିଛ ପ୍ରଚାର କରିବା ଅଭିଯୋଗରେ ଏରସମାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମାନସରଞ୍ଜନ ସେଠୀଙ୍କ ସମେତ ପୂର୍ବତନ ସରପଞ୍ଚ ଦୀପକ ଦାସ, ଉମେଶ ରାଉତ ଓ ଜ୍ୟୋତି ପ୍ରକାଶ ସାହୁ ଗିରଫ ହୋଇଥିବା ଜଣାଯାଇଛି। ରାଜ୍ୟ ବାହାରୁ ଆସିଥିବା ଜଣେ ଲୋକ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ବେଳେ ଉକ୍ତ ଲୋକଟି କରୋନା ସଂକ୍ରମିତ ବୋଲି ସେମାନେ ହ୍ବାଟସଅପ୍ ଗ୍ରୁପ୍ ଏବଂ ଫେସବୁକ୍ ଜରିଆରେ ଅପପ୍ରଚାର କରିଥିଲେ।ଗତକାଲି ଏକଥା ପ୍ରଚାରିତ ହେବା ପରେ ଆଜି ଏରସମା ଥାନା ପୁଲିସ୍ ସେମାନଙ୍କୁ ଗିରଫ କରିଥିବା ଜଣାଯାଇଛି।