କଣ୍ଟେନମେଣ୍ଟ ଜୋନ ପାଇଁ ମୋବାଇଲ ଏଟିଏମ୍ ବ୍ୟବସ୍ଥା

କଣ୍ଟେନମେଣ୍ଟ ଜୋନ ପାଇଁ ମୋବାଇଲ ଏଟିଏମ୍ ବ୍ୟବସ୍ଥା

ଓଡିଶା ଜିଲ୍ଲା ଯାଜପୁର

#କଣ୍ଟେନମେଣ୍ଟ_ଜୋନ_ପାଇଁ_ମୋବାଇଲ_ଏଟିଏମ୍_ବ୍ୟବସ୍ଥା          ଯାଜପୁର  :  ( ବିଶ୍ବଜିତ ରଣା )ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଭିନ୍ନଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯାଇଛି ।ଜିଲ୍ଲାରେ ବାହାରୁଥିବା ପଜିଟିଭି କେଶ ଆଧାରରେ ୧୯ଗୋଟି କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରାଯାଇଥିବା ବେଳେ ସେଥି ମଧ୍ୟରୁ ବ୍ରହ୍ମବରଦା ଓ ସାନତ୍ରିଲୋଚନପୁର ଅଂଚଳକୁ କଣ୍ଟେନମେଣ୍ଟକୁ ହଟେଇ ଦିଆଯାଇଛି । ତେବେ ଅନ୍ୟ ୧୭ ଗୋଟି ଅଂଚଳରେ ସଂକ୍ରମଣକୁ ରୋକିବା ପାଇଁ କଣ୍ଟେନମେଣ୍ଟକୁ ବଳବତର ରଖାଯାଇଛି । ଏହି ଅଂଚଳର ଅଧିବାସୀଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବା ପାଇଁ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲ ଏଟିଏମ୍ ଭ୍ୟାନ ସଂପୃକ୍ତ ଅଂଚଳକୁ ପ୍ରେରଣ କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ମୋବାଇଲ ଏଟିଏମ୍ ଭ୍ୟାନକୁ ଜନସାଧାରଣଙ୍କ ଉଦେଶ୍ୟରେ ପ୍ରେରଣ କରିଥିଲେ । ଏହି ଏଟିଏମ୍ ମାଧ୍ୟମରେ ଲୋକମାନେ ଘର ପାଖରେ ଟଙ୍କା ଉଠେଇବାର ସୁବିଧା ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,
ଡେପୁଟି କଲେକ୍ଟର କୁଳମଣି ନାୟକ, ଯାଜପୁର ବି.ଡି.ଓ. ସୌରଭ ଚକ୍ରବର୍ତୀ, ଦଶରଥପୁର ତହସିଲଦାର ସୌଭାଗ୍ୟ ବେହେରା, ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଅପୂର୍ବ ରଂଜନ ମହାପାତ୍ର, ସରକାରୀ ସଂପର୍କ ପ୍ରବନ୍ଧକ ସନ୍ଦିପ ମହାନ୍ତି , ସେଲସ୍ ମ୍ୟାନେଜର ସୁଶାନ୍ତ ସାମଲ ଓ ଆକ୍ସିସ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।