କଟକ : ସଟଡାଉନ୍ ଉଠିଲା, ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

କଟକ : ସଟଡାଉନ୍ ଉଠିଲା, ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

ଓଡିଶା ବଡ ଖବର ମହାନଗର

#କଟକରୁ_ସଟଡାଉନ୍_ଉଠିଲା             କଟକ: କଟକ ଜିଲ୍ଲାରୁ ସୋମବାର  ସଟଡାଉନ୍‌ ଉଠା ଯାଇଛି।  ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଗତ ଜୁଲାଇ ୪ ତାରିଖରେ ସଟଡାଉନ୍‌ ଘୋଷଣା କରିଥିଲା। ଏଥିସହିତ ମାଳିସାହିରୁ ରାଣିହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟ ମଧ୍ୟ ଉଠାଇ ଦିଆଯାଇଛି।ସଟ୍‌ଡାଉନ୍‌ ହଟିବା ପରେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ-୧୯ ଗାଇଡଲାଇନ୍‌ ନିୟମକୁ ଅନୁସରଣ କରି ଦେକାନ ଓ ସପିଂ ମଲ ଆଦି ଖୋଲା ଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସଟ୍‌ଡାଉନ୍‌ ଉଠିଥିଲେ ହେଁ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ଜାରି ରହିବ। ଏଥିସହିତ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ସଟଡାଉନ୍‌ ନିୟମ ପୂର୍ବଭଳି ବଳବତ୍ତର ରହିବ।