କଟକଣା ମୁକ୍ତ ହେବ ଅତ୍ୟାବଶ୍ୟକ ସଂସ୍ଥା: ପୋଲିସ୍ କମିଶନର

କଟକଣା ମୁକ୍ତ ହେବ ଅତ୍ୟାବଶ୍ୟକ ସଂସ୍ଥା: ପୋଲିସ୍ କମିଶନର

ଓଡିଶା ବଡ ଖବର ମହାନଗର

#କଟକଣା_ମୁକ୍ତ_ହେବେ_ଅତ୍ୟାବଶ୍ୟକ_ସଂସ୍ଥା            ଭୁବନେଶ୍ୱର  :  ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରୀ ରହିଥିବା ବେଳେ ଏଥିପାଇଁ ଲାଗୁ ହୋଇଥିବା କଟକଣା ସଂପର୍କରେ ସୂଚନା ଦେଇ ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି । ତେବେ କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ ହେବନି । ସେହିପରି କଲ୍ ସେଂଟର ଭଳି ଆଇଟି ସେବା ପ୍ରଦାନକାରୀ କାର୍ଯ୍ୟାଳୟ, ଇଂଟରନେଟ୍ ସେବା ପ୍ରଦାନକାରୀ ଅଫିସ, ମିଡିଆ ଓ ବିଦ୍ୟୁତ୍, ପାଣି ଯୋଗାଣ ଭଳି ଅତ୍ୟାବଶ୍ୟକ ସଂସ୍ଥା ରାତିରେ କାମ କରିପାରିବେ ।
ସେହିପରି ଜାତୀୟ ରାଜପଥରେ ଯାଉଥିବା ପ୍ରବାସୀଙ୍କ ଗାଡ଼ିକୁ ଅଟକାଯାଇ ପାରିବନି । ଏହି ସମୟ ପରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ । ତେବେ କଟକ ମହାନଗର ନିଗମ ସଂଧ୍ୟା ୬ଟା ଯାଏ ସମୟ ଦେଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମ ସାଢ଼େ ୬ଟା ଯାଏ ସମୟ ଦେଇଛ । ଏହି ସମୟ ଯାଏ ଦୋକାନ ବଜାର ଖୋଲା ରହିବ ।ତେବେ ଅତ୍ୟାବଶ୍ୟକ ସେବା ସଂସ୍ଥା ପାଇଁ କଟକଣା ନାହିଁ ବୋଲି ପୋଲିସ୍ କମିଶନର ସ୍ପଷ୍ଟ କରିଛନ୍ତି ।