କଟକଣା ଭିତରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

କଟକଣା ଭିତରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ

ଓଡିଶା ବଡ ଖବର

#ମୁଖ୍ୟମନ୍ତ୍ରୀଙ୍କୁ_ଚିଠି_ଲେଖିଲା_ଦଇତାପତି_ନିଯୋଗ         ପୁରୀ : ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ। କଟକଣା ଭିତରେ ରଥଯାତ୍ରା ଆୟୋଜନ କରିବାକୁ ଚିଠି ରେ ଉଲ୍ଲେଖ ରହିଛି । ଦଇତାପତି ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ଦାବି ଜଣାଯାଇଛି । କେନ୍ଦ୍ର ସରକାର ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ରଥଯାତ୍ରା ଆୟୋଜନ ସଂପର୍କରେ ନିଷ୍ପତ୍ତି ନିଆଯାଉ ବୋଲି ନିଯୋଗ ଦାବି କରିଛି । ତେବେ ଦଇତାପତି ନିଯୋଗଏଥିପାଇଁ ସାମାଜିକ ଦୂରତା ଅବଲମ୍ବନ କରାଯାଇପାରିବ ବୋଲି କହିଛି  ।

ଯଦି ଆବଶ୍ୟକତା ପଡ଼େ ଦଇତାପତି ସେବାୟତ, ପୁଲିସ୍, ଅନ୍ୟ ସେବାୟତ ଏବଂ ରଥଯାତ୍ରା ସିଧାସଳଖ ସଂପୃକ୍ତ ଥିବା ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଉ । ପୁରୀର ସବୁ ସୀମାକୁ ସିଲ୍ କରାଯାଉ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ରଥଯାତ୍ରା ପ୍ରସାରଣ କରାଯାଉ ବୋଲି ଦାବି କରାଯାଇଛି । ଫଳରେ ଭକ୍ତମାନେ ଘରେ ରହି ରଥଯାତ୍ରା ଦେଖିପାରିବେ । ଆଉ ଶୃଙ୍ଖଳିତ ଓ ନିୟନ୍ତ୍ରିତ ଢଙ୍ଗରେ ରଥଯାତ୍ରା ହୋଇପାରିବ ।