କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି

କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ରାୟଗଡା

#କଂଗ୍ରେସ_ହାତରୁ_ଛଡ଼ାଇ_ନେଲା_ବିଜେଡି  ରାୟଗଡ଼ା  : କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଛଡ଼ାଇ ନେଲା ବିଜେଡି। ଉପନିର୍ବାଚନରେ ବିଜେଡିର ଗଙ୍ଗାଧର ପୁଆଲା ହେଲେ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ମୋଟ୍ ୨୧ରୁ ବିଜେଡିର ମାତ୍ର ୭ଜଣ ସଦସ୍ୟ ଥିବା ସତ୍ତ୍ୱେ ଅଧ୍ୟକ୍ଷ ପଦ ହାତେଇଛି ଦଳ। ବିଜେଡି ସମର୍ଥନରେ ପଡ଼ିଛି ୧୩ଟି ଭୋଟ୍।

ସେପଟେ କଂଗ୍ରେସର ୧୦ ଜଣ ସଦସ୍ୟ ଥାଇ ମଧ୍ୟ ମାତ୍ର ୫ଟି ଭୋଟ୍‌ ମିଳିଛି। ସେହିଭଳି ଏହି ନିର୍ବାଚନରେ ସାମିଲ ନହେବାକୁ ବିଜେପି ପକ୍ଷରୁ ହୁଇପ୍‌ ଜାରି ହୋଇଥିଲା। ତଥାପି ଦୁଇ ଜଣ ସଦସ୍ୟ ଏଥିରେ ସାମିଲ ହୋଇ ଭୋଟ୍ ଦେଇଛନ୍ତି।

ଉପନିର୍ବାଚନ ପୂର୍ବରୁ କ୍ରସ୍ ଭୋଟିଂ ନେଇ ଯେଉଁଆକଳନ ହୋଇଥିଲା, ତାହା ହିଁ ଆଜି ହୋଇଛି। ରାୟଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବଙ୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା।