ଆଉ ଜଣଙ୍କର ସ୍ୱାବ ପଠାଗଲା ପରୀକ୍ଷା ପାଇଁ

ଓଡ଼ିଶାରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର

#ଓଡ଼ିଶାରେ_ଦ୍ବିତୀୟ_କରୋନା_ଆକ୍ରାନ୍ତ_ଚିହ୍ନଟ    ଭୁବନେଶ୍ୱର:  ଗୁରୁବାର ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆକ୍ରାନ୍ତ ଜଣକ କରୋନା ପ୍ରଭାବିତ ଦେଶ ଭ୍ରମଣରେ ଯାଇ ଓଡ଼ିଶା ଫେରିଥିବା ଜଣାପଡ଼ିଛି।  ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାର ଠିକ ୪ ଦିନ ପରେ ଦ୍ବିତୀୟ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ତେବେ ଦ୍ବତୀୟ ଆକ୍ରାନ୍ତ ବିଦେଶରୁ ଫେରିବା ଓ ଏଠାରେ ଅବସ୍ଥାନ କରିବା ଭିତରେ କେଉଁ ସ୍ଥାନରେ କେତେଜଣଙ୍କ ସହ ସଂପର୍କରେ ଆସିଛନ୍ତି ତାହାର ଅନୁସନ୍ଧାନ ମଧ୍ୟ ଆରମ୍ଭ ହୋଇଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି କି ଦ୍ବିତୀୟ ଆକ୍ରାନ୍ତଙ୍କ ‘କଣ୍ଟାକ୍ଟ ଟ୍ରେସିଂ’ ଚାଲୁ ରହିଛି।

ଭୁବନେଶ୍ୱରସ୍ଥିତ ଆରଏମ୍‌ଆରସିକୁ ଗୁରବାର ପରୀକ୍ଷା ଲାଗି ୧୪ ଜଣଙ୍କ ସ୍ୱାବ୍‌ ନମୂନା ଆସିଥିଲା। ଏଥି ମଧ୍ୟରୁ ୧୩ଟି ନମୂନା ନେଗେଟିଭ୍‌ ରିପୋର୍ଟ ଆସିଥିବା ବେଳେ ଗୋଟିଏ ରିପୋର୍ଟ ପଜିଟିଭ୍‌ ମିଳିଛି।