କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା ୪୪ ତମ କରୋନା ଆକ୍ରାନ୍ତ

ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା, ମୃତକ ୭୨ ବର୍ଷୀୟ

ଓଡିଶା ବଡ ଖବର ମହାନଗର

#ଓଡ଼ିଶାରେ_ପ୍ରଥମ_ମୁଣ୍ଡ_ନେଲା_କରୋନା              ଭୁବନେଶ୍ୱର:  ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା  କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏ ସଂପର୍କରେ ସୂଚନା ଦିଆଯାଇଛି।  ଏପ୍ରିଲ ୬ ତାରିଖ (ସୋମ ବାର)  ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା  କଥା ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁପରେ ଆରଏମଆରସି ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଥିଲା। ଏହି ନମୁନା ପରୀକ୍ଷା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ଏବେ ବି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଏମ୍ସ ଶବାଗାରରେ ରହିଛି।

ଉକ୍ତ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର  ଝାରପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।  ତାଙ୍କର ବୟସ ୭୨ ବର୍ଷ, ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଥିବା ହେତୁ ଗତ  ଏପ୍ରିଲ ୪ ତାରିଖରେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଉଚ୍ଚ ରକ୍ତଚାପ ଓ ଡାଏବେଟିକ୍ସରେ ଆକ୍ରାନ୍ତ ଥିଲେବୋଲି  ଜଣାଯାଇଛି ।

ଏବେ ବି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହ ଏମ୍ସ ଶବାଗାରରେ ରହିଛି।ଏହି ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ  ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିସହ ଝାରପଡ଼ା ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି। ବ୍ୟକ୍ତି ଜଣଙ୍କ ୪ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲେ ହେଁ ରାଜ୍ୟ ସରକାର କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଯାଏ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା।