ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ

ଓଡିଶା ବଡ ଖବର

#ଓଡିଶା_ଛୁଇଁଲା_ମୌସୁମୀ                   ଭୁବନେଶ୍ୱର   :   ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ଆକଳନ ଅନୁସାରେ ଠିକ୍ ସମୟରେ ମୌସୁମୀ ଓଡ଼ିଶା ଛୁଇଁଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ର ନିର୍ଦ୍ଦେଶକ ଏଚ ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥାନେସ୍ଥାନେ ବର୍ଷା ହୋଇଛି । ରାଜ୍ୟରେ ଏବେ ଲଗାଣ ବର୍ଷା ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହେବା ସହ ବର୍ଷାର ପରିମାଣ ୧୦୩ ପ୍ରତିଶତ ରହିପାରେ ।

ଅପରପକ୍ଷରେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ମୌସୁମୀ ବାୟୁ ଓଡ଼ିଶାକୁ ଛୁଇଁ ଥିବାରୁ ବର୍ଷାର ପରିମାଣ ବଢିପାରେ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।