ଓଡ଼ିଶାରେ ଖୋଲିବ ଦେଶର ସବୁଠୁ ବଡ଼ କରୋନା ହସ୍ପିଟାଲ

ଓଡ଼ିଶାରେ ଖୋଲିବ ଦେଶର ସବୁଠୁ ବଡ଼ କରୋନା ହସ୍ପିଟାଲ

ଓଡିଶା ବଡ ଖବର

#ଓଡ଼ିଶାରେ_ଖୋଲିବ_ଦେଶର_ସବୁଠୁ_ବଡ_କରୋନା_ହସ୍ପିଟାଲ   ଭୁବନେଶ୍ୱର  :  କୋଭିଡ – ୧୯ ରୋଗୀଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ ଦେଶର ସବୁଠୁ ବଡ କୋଭିଡ- ୧୯ ଡାକ୍ତରଖାନା ଖୋଲିବ । କୋଭିଡ ୧୯ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରରେ ୧୦୦୦ ଶଯ୍ୟା ବିଶିଷ୍ଟ ରାଜ୍ୟ ସ୍ତରୀୟ ଡାକ୍ତରଖାନା ସ୍ଥାପନ ପାଇଁ ରାଜ୍ୟ ସରକାର ଗୁରୁବାର ଦିନ ଲୋକ ସେବା ଭବନରେ ସମ୍ ଏବଂ କିମ୍ ସ ମେଡିକାଲ କଲେଜ ସହିତ ଦୁଇଟି ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଓଏମସି ଏବଂ ଏମସିଏଲ୍ ଏଥିପାଇଁ ସିଏସ୍ଆର ପାଣ୍ଠି ଯୋଗାଇବେ । ଉଭୟ ନୂତନ ସୁବିଧା ୨ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ।

୪୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ପ୍ରଥମ ଏମଓୟୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଏମସି ଏମଡି ଭିନିଲ କ୍ରିଷ୍ଣା ଏବଂ କିମସ୍ ମ୍ୟାନେଜମେଣ୍ଟ ଦ୍ୱାରା ସ୍ୱାକ୍ଷରିତ କରାଯାଇଥିଲା । ଦ୍ୱିତୀୟ ଏମଓୟୁରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବଂ ୨୦ ଆଇସିୟୁ ସୁବିଧା ସ୍ଥାପନ ପାଇଁ ସ୍ୱାସ୍ଥ୍ୟ ସଚିବ  ନିକୁଞ୍ଜ ବିହାରୀ ଧଳ, ଏମସିଏଲର ଏସ୍ ପଣ୍ଡା ଏବଂ ସମ୍ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ସ୍ୱାକ୍ଷର କରିଥିଲେ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥିବାରୁ ଓଏମସି ଏବଂ ଏମସିଏଲକୁ ଧନ୍ୟବାଦ ଜଣାଇଥିଲେ ।

କୋଭିଡ – ୧୯ ଅଳ୍ପ ସମୟ ମଧ୍ୟରେ ଏକ ବିଶ୍ୱ ମହାମାରୀରେ ପରିଣତ ହୋଇଛି । ଓଡିଶା ସମେତ ଅଧିକାଂଶ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଭାବିତ କରିଛି । କୋଭିଡ- ୧୯ ପ୍ରସଙ୍ଗରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ କୋଭିଡ ୧୯ ର ସନ୍ଦିଗ୍ଧ ତଥା ପ୍ରଭାବିତ ବ୍ୟକ୍ତିଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାର ଏକ ଜରୁରୀ ଆବଶ୍ୟକତା ଥିଲା ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ସିଏମଓର ପରାମର୍ଶଦାତା, ଚେୟାରମ୍ୟାନ୍ ଓଏମସି, ୫ ୫ ଟି ସଚିବ, ସୋଆ ବିଶ୍ୱବିଦ୍ୟାଳୟର ଭିସି ମଧ୍ୟ ଉପସ୍ଥିତ ଥିଲେ ।