ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମି ସ୍ଵଚ୍ଛତା କାର୍ଯ୍ୟକ୍ରମ

ଓଡିଶା ଗଞ୍ଜାମ ଜିଲ୍ଲା

#ଋଷିକୂଲ୍ୟା_ମୁହାଁଣ_ସମୁଦ୍ର_ବେଳାଭୂମି_ସ୍ଵଚ୍ଛତା_କାର୍ଯ୍ୟକ୍ରମ  ରମ୍ଭା: ବିରଳ ପ୍ରଜାତିର ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେ ଙ୍କ ଅନ୍ତୁଡ଼ିଶାଳ ଭାବେ ବିଶ୍ୱ ମାନଚିତ୍ର ରେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ କିଛିଦିନ ମଧ୍ୟରେଅଲିଭ ରିଡ଼ଲେ ଙ୍କ ଗଣ ଅଣ୍ଡାଦାନ ପର୍ବ ଅନୁଷ୍ଠିତ ହେବ।ଯାହାକୁ ନେଇ  ରବିବାର ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ-କଲ୍ୟାଣ ସମିତି ଓଡିଶା ,ଗାୟତ୍ରୀ ଶକ୍ତିପୀଠ ରମ୍ଭା ଓ ନେହେରୁ ଯୁବକେନ୍ଦ୍ର ର ଦିଗଦର୍ଶନ ୟୁଥ କ୍ଳବ ଗଞ୍ଜାମ ପକ୍ଷରୁ ଗଞ୍ଜାମ ବ୍ଲକ ର ପାଳିବନ୍ଧ ପଞ୍ଚାୟତ ର ଗୋଖରକୁଦା ଗ୍ରାମ ନିକଟସ୍ଥ ବେଳାଭୂମି ର ଉଭୟ ପାର୍ଶ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଗାୟତ୍ରୀ ପରିବାର  ଓଡିଶା ମୁଖ୍ୟ ସଂଯୋଜକ  ପଞ୍ଚାନନ ଖଟୁଆ ଓ ଦିଗଦର୍ଶନ ୟୁଥ କ୍ଳବ ସଭାପତି ଉମାକାନ୍ତ ବେହେରାଙ୍କ ନେତୃତ୍ୱ ରେ ଦୁଇଟି ଦଳ ରେ ଶତାଧିକ ସ୍ବେଛାସେବୀ,ଛାତ୍ର, ଛାତ୍ରୀ,ବନ ବିଭାଗ କର୍ମଚାରୀ ସାମିଲ ହୋଇ ପୂର୍ବାହ୍ନ ସମୟରେ ଦୁଇଘଣ୍ଟା ଶ୍ରମଦାନ କରି ସଫେଇ କରିଥିଲେ। ଶେଷରେ ଏକ ପରିବେଶ ସୁରକ୍ଷା ଓ ସ୍ଵଛତା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥିଭାବେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ର ଦକ୍ଷିଣ ପୂର୍ବ ଉପ-ଜୋନ ମୁଖ୍ୟ ସଂଯୋଜକ ବୃନ୍ଦାବନ ମିଶ୍ର ,ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ଛୋଟରାୟ,ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡି,ଶିକ୍ଷାବିତ ପ୍ରଶାନ୍ତ କୁମାର ସ୍ୱାଇଁ,ରମ୍ଭା ଫରେଷ୍ଟର ସୋମନାଥ ମଲ୍ଲିକ ପ୍ରମୁଖ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିବା ସହପ୍ରଶାନ୍ତ କୁମାର ସ୍ୱାଇଁ,ଉମାକାନ୍ତ ବେହେରା ଓ କୃଷ୍ଣ ଚନ୍ଦ୍ର ନାୟକ,ଟି.ଅକ୍ଷୟ କୁମାର ସୁବୁଦ୍ଧି ପ୍ରମୁଖ ସମାଜ ସେବୀଙ୍କୁ ସମର୍ଦ୍ଧିତ କରିଥିଲେ। ଗାୟତ୍ରୀ ପରିବାର ଓଡ଼ିଶା ଗୋକଲ୍ୟାଣ ସମିତି ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ ସଭାପତିତ୍ୱ କରିଥିଲେ। ତ୍ରିନାଥ  ବେହେରା,,ପ୍ରସାଦ  ବେହେରା ,ରମ୍ଭା ଶାଖା ସଂଯୋଜକ ରବି ନାରାୟଣ ସେନାପତି,ଗୌରାଙ୍ଗ ପାଟଣା  ଶେଷଦେଵ ବେହେରା,ପାଲଙ୍ଗ ଶିବରମ ପଟନାୟକ,ହୁମ୍ମା  ଉମାକାନ୍ତ ସାହୁ,ମଠ ମିକୁନ୍ଦ ପୁର ରଞ୍ଜନ କୁମାର ନାହାକ,ମଧୁରଚୁଆ କୃଷ୍ଣ ଚନ୍ଦ୍ର ନାହାକ ପ୍ରମୁଖ ଗ୍ରାମର ଶାଖା ସଂଯୋଜକ ଙ୍କ ସମେତ ଉପେନ୍ଦ୍ର ବେହେରା,ଲକ୍ଷ୍ମୀ ଚରଣ ପ୍ରଧାନ ଗାୟତ୍ରୀ ପରିବାର ରମ୍ଭା ର କର୍ମକର୍ତ୍ତା ଓ ଦିଗଦର୍ଶନୟୁଥକ୍ଳବ ଗଞ୍ଜାମ କର୍ମକର୍ତ୍ତା ପରିଚାଳନା କରିଥିଲେ।