ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଓଡିଶା ଜିଲ୍ଲା ଯାଜପୁର
#ସାମ୍ବାଦିକ_ସଂଘ_ପକ୍ଷରୁ_ଜିଲ୍ଲାପାଳଙ୍କୁ_ଦାବି_ପତ୍ର      ଯାଜପୁର : ( ବିଶ୍ବଜିତ ରଣା ) ରାଜ୍ୟ ର ସର୍ବ ପୁରାତନ ସାମ୍ବାଦିକ ସଙ୍ଘ ଭାବେ ସରକାରୀ ସ୍ୱୀକୃତି ପ୍ରାପ୍ତ  ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଯାଜପୁର   ଜିଲ୍ଲା ସଭାପତି ହରି ହର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଏକ ପ୍ରତିନିଧି ଦଳଜିଲ୍ଲାପାଳ ରଂଜନ କୁମାର ଦାସ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି।ଯାଜପୁର ଜିଲ୍ଲା ମଧ୍ୟରେ ବିଭିନ୍ନ ସମ୍ବେଦନ ମୂଳକ ପରିସ୍ଥିତି ଓ ଜରୁରୀ ଆବଶ୍ୟକତା ସମୟ ରେ ଆମ୍ଭେ ନିରବଚ୍ଛିନ୍ନ ଉଚାହପଦ ସେବା ପ୍ରଦାନ କରିଆସୁଛନ୍ତି। ସମ୍ପ୍ରତି ମହାମାରୀ କରନା କୁ ନେଇ ସାରା ବିଶ୍ୱ ଦେଶ ରାଜ୍ୟ ଓ ରାଜ୍ୟସରକାର ବେଶ ଚିତିନ୍ତ ଥିବା ବେଳେ ସାମ୍ବାଦିକ ମନଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ବୋଧ ବଢିଯାଇଛି ଏଭଳି ପରିସ୍ଥିତିରେ ସାମ୍ବାଦିକ ମାନେ ଜୀବନ ଓ ଜୀବିକା କୁ ବିପନ୍ନ କରି ସାଧାରଣ ଲୋକଙ୍କ ସେବା ରେ ଅଛନ୍ତି।ତେଣୁ ଏ କ୍ଷେତ୍ରରେ ନିଃସ୍ୱାର୍ଥପର ଭାବେ ସେବା କରିଆସୁଥିବା ପେଷାଦାର ସାମ୍ବାଦିକ ମାନଙ୍କୁ ସରକାରୀ ଯୋଜନାରେ ତାଲିକା ଭୁକ୍ତ କରିବା ପାଇଁ ବିଶେଷ ଅନୁରୋଧ କରି ପଚାଶ ଲକ୍ଷ ଟଙ୍କା ର ଜୀବନ ବୀମା ଓ ଲକ୍‌ ଡାଉନ୍‌ ସମୟରେ ମାସକୁ ଦଶ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି ।
 ଏହି କାର୍ଯ୍ୟକ୍ରମ ରେ  ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ର ସାଧାରଣ ସମ୍ପାଦକ ରବିନାରାୟଣ କର ,ରାଜ୍ୟ କାର୍ଯ୍ୟକାରୀ ସଭାପତି ହରାଧାନ ବାନାର୍ଜୀ, ଉପସଭାପତି ପୀତବାସ ଭୁଇଁଆ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସଞ୍ଜୟ ଖଣ୍ଡାଇ ,ଜିଲ୍ଲା ଉପସଭାପତି ପୀତବାସ ଭୁଇଁଆ, ପ୍ରିୟ ରଂଜନ କର ପ୍ରମୁଖ ଉପସ୍ଥିତ ଥିଲେ