ଆସନ୍ତା ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ବନ୍ଦେ ଉତ୍କଳ ଜନନୀ

ଆସନ୍ତା ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ବନ୍ଦେ ଉତ୍କଳ ଜନନୀ

ଓଡିଶା ବଡ ଖବର

 #ସ୍କୁଲ_ପାଠ୍ୟକ୍ରମରେ_ସାମିଲ_ହେବ_ବନ୍ଦେ_ଉତ୍କଳ_ଜନନୀ             ଭୁବନେଶ୍ୱର  : ଆସନ୍ତାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉକ୍ରଳ ଜନନୀ ସ୍ଥାନ ପାଇବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷ ପାଇଁ ବହି ବଣ୍ଟା ହୋଇ ସାରିଛି । ରାଜ୍ୟସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପରେ ବିଭାଗ ପଦକ୍ଷେପ ନେବ । ଯଦି ସୁବିଧା ହୁଏ, ତେବେ ଏବର୍ଷ ସ୍ୱତନ୍ତ୍ର ପୁସ୍ତିକା କରି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯିବ । ଏନେଇ ବିଭାଗ ବିସ୍ତୁତ ଅନୁଧ୍ୟାନ ପରେ ନିଷ୍ପତି ନେବ । ସେ ଆହୁରି କହିଛନ୍ତି ଯେ ୪ଟା ବେଳେ ସ୍କୁଲ ଛୁଟି ହେବା ପୂର୍ବରୁ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏବେ ବି କିଛି ସ୍କୁଲରେ ଏହା ଗାନ କରାଯାଉଛି । ସୂଚନା ଓ ପ୍ରସାରଣ ବିଭାଗ ଯେଉଁ ଆଧାରରେ କରିବ ସେହି ଅନୁସାରେ ପାଠ୍ୟକ୍ରମରେ ସାମିଲ ହେବ । ପାଠ୍ୟକ୍ରମରେ ସଙ୍ଗୀତ ଏବଂ ଏହାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଂପର୍କରେ ମଧ୍ୟ ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲା ।