ଆଳିର ୧୨ ଗ୍ରାମରେ ଘର ଘର ବୁଲି ସର୍ଭେ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ

ଆଳିର ୧୨ ଗ୍ରାମରେ ଘର ଘର ବୁଲି ସର୍ଭେ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ଘର_ଘର_ବୁଲି_ସର୍ଭେ_କରୁଛନ୍ତି_ସ୍ୱାସ୍ଥ୍ୟ_କର୍ମୀ     କେନ୍ଦ୍ରାପଡା  :  ଜିଲ୍ଲାର ଆଳି ଅଂଚଳରେ ପ୍ରଥମ କରି କରୋନା ସଂକ୍ରମିତ ଙ୍କ ସନ୍ଧାନ ମିଳିବା ପରେ ପ୍ରଶାସନ ପକ୍ଷରୁ ଘର ଘର ବୁଲି ସର୍ଭେ କରିବା ଆରମ୍ଭ କରାଯାଇଛି । ଏହା ଜିଲ୍ଲାର ପ୍ରଥମ ଘଟଣା ହୋଇ ଥିବାରୁ ତାଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତି ଓ ଅଂଚଳକୁ ତନ ତନ କରି ଅନୁସନ୍ଧାନ କରାଯାଉଛି । ସଂପୃକ୍ତ ବ୍ୟକ୍ତିଙ୍କ ଘର ଠାରୁ ୩ କିମି ପରିଧି ରେ ଥିବା ୧୨ ଟି ଗ୍ରାମକୁ ଜିଲ୍ଲା ପ୍ରଶାସନ ଦ୍ୱାରା କଡା ନିରୀକ୍ଷଣ ରେ ରଖାଯାଇ ଡାକ୍ତର, ଆଶାକର୍ମୀ , ନଓ ର୍ଓ ଅଙ୍ଗନବାଡି କର୍ମୀ ମାନେ ପ୍ରତ୍ୟେକ ଘରକୁ ଯାଇ ଏହି ୧୨ଟି ଗ୍ରାମରେ ଥିବା ପରିବାର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଘଟଣାକୁ ରେକର୍ଡ ଭୁକ୍ତ କରୁଥିବା ସୂଚନା ମିଳିଛି ।
କରୋନା ସଂକ୍ରମଣର କୈାଣସି ଲକ୍ଷଣ ଅଛି କି ନାହିଁ ଏହା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଡାକ୍ତର ସଚ୍ଚୀଦାନନ୍ଦ ମିଶ୍ର ଓ ଡ଼ଃ ନୃପେନ ଶତପଥୀ ଙ୍କ ନେତୃତ୍ୱରେ ଏହି ସର୍ଭେ କାମ ଚାଲିଥିବା ଜଣା ପଡିଛି ।