ଚିନ୍ତା ବଢାଇଲେ ନିଜାମୁଦ୍ଦିନ୍ ଫେରନ୍ତା : ଯାଜପୁର ସହର ସମେତ ବ୍ରହ୍ମବରଦା,ବ୍ୟାସନଗର,ଚଣ୍ଡିଖୋଲ,ପାଣିକୋଇଲି ସଟ ଡାଉନ : ଜିଲ୍ଳାପାଳ

ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ : ଜିଲ୍ଳାପାଳ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

#ଆବଶ୍ୟକ_ପଡିଲେ_କର୍ଫ୍ୟୁ_ଲଗାଯିବ    ଯାଜପୁର : (ବିଶ୍ବଜିତ ରଣା) କରୋନାର ପ୍ରାଦୁର୍ଭାବ ଯେପରି ବଢୁଚ୍ଥି ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ  । ଅନ୍ୟ ରାଜ୍ୟ ମାନଙ୍କରେ ଲକ୍ ଡାଉନ ଘୋଷଣା ପରେ ଆମ ଜିଲ୍ଳାକୁ ଯେପରି ଅଧିକରୁ ଅଧିକ ଲୋକ ପହଞ୍ଚୁଚ୍ଥନ୍ତି, ଏହାକୁ ନିୟନ୍ତ୍ରଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ଜିଲ୍ଳାପାଳ ରଞ୍ଜନ କୁମାର ଦାସ କହିଚ୍ଥନ୍ତି । ବର୍ତ୍ତମାନ ସମଗ୍ର ଦେଶରେ ଲକ୍ ଡାଉନ ହେବାପରେ ମଧ୍ୟ ଲୋକମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ନ ହେବା ବିଡମ୍ୱନା ବୋଲି ଶ୍ରୀ ଦାସ କ୍ଷୋଭର ସହ କହିଚ୍ଥନ୍ତି ।

ଗତ ଦୁଇ ସପ୍ତାହ ଧରି ଆମେ ଲୋକ ମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଉଅଚ୍ଥୁ କି, ଅତ୍ୟାବଶ୍ୟକ କାର୍ଯ୍ୟ ନ ଥିଲେ ଘରୁ ବାହାରନ୍ତୁ ନାହିଁ, ଗହଳି ଜମାନ୍ତୁ ନାହିଁ, ଅଯଥା ଗହଳିକୁ ଯାଆନ୍ତୁ ନାହିଁ, କିନ୍ତୁ ଅନେକ ଏହାକୁ ଭୃକ୍ଷେପ କରୁ ନାହାଁନ୍ତି । ବିଶେଷଜ୍ଞଙ୍କ ମତରେ ଏହା ଏକ ମଣିଷରୁ ମଣିଷକୁ ସଂକ୍ରମଣ ଜନିତ ରୋଗ । ଏପରି କି, କେବଳ ସ୍ୱଚ୍ଚ୍ଥତା ଓ ସାମାଜିକ ଦୂରତା ବଜାୟ ରଖିଲେ ଏହାକୁ ରୋକାଯାଇ ପାରିବ । କିନ୍ତୁ ଏହାକୁ ଅନେକ ମାନିବାକୁ ପ୍ରସ୍ତୁତ ନୁହନ୍ତି । କେତେଜଣ ଅମାନ୍ୟକାରୀଙ୍କ ଲାଗି ପୁରା ଜିଲ୍ଳାର ଲକ୍ଷ ଲକ୍ଷ ଲୋକଙ୍କୁ ଅସୁରକ୍ଷିତ କରାଯାଇ ପାରିବ ନାହିଁ । ସେଥିପାଇଁ ବର୍ତ୍ତମାନ ବୁଝାଶୁଝାକୁ ଚ୍ଥାଡି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ପପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି । ବର୍ତ୍ତମାନ କେବଳ ଔଷଧ ଦୋକାନ ଗୁଡିକ ସବୁବେଳେ ଖୋଲା ରହିବାକୁ ଥିବା ବେଳେ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୭ ଘଟିକାରୁ ୯ ଘଟିକା ଓ ଅପରାହ୍ନ ୩ ଘଟିକାରୁ ୫ ଘଟିକା ମଧ୍ୟରେ ଉପଲବ୍ଧ ହେବ । ଏହି ସମୟ ବାଦ ଯିଏ ବାହାରେ ବୁଲିବ ତା’ ବିରୁଦ୍ଧରେ ବିପର୍ଯ୍ୟୟ ପ୍ରଶମନ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଳାର ସମସ୍ତ ବରିଷ୍ଠ ଅଧିକାରୀ ମାନେ ପ୍ରତ୍ୟେକ ବ୍ଳକ ଅଞ୍ଚଳ ବୁଲିବା ସହ ପରିସ୍ଥିତିର ଅନୁଧ୍ୟାନ କରୁଚ୍ଥନ୍ତି । କେଉଁଠାରେ ମଧ୍ୟ ଆଇନ ଉଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରାଇ ଦେବା ସହ ଜିଲ୍ଳାର ପ୍ରତ୍ୟେକଟି ନାଗରିକ ତାହାର ଦାୟିତ୍ୱ ନିର୍ବାହ କରି ଘରେ ରହିବାକୁ ଓ ଅନ୍ୟ କିଏ ବାହାରେ ବୁଲୁଥିଲେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେବାକୁ ଅନୁରୋଧ କରିଚ୍ଥନ୍ତି ।

ଅପର ପକ୍ଷରେ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ହାତ ପାଣ୍ଠିରୁ ୨୦୨୦-୨୧ ବର୍ଷର ୩ କୋଟି ଟଙ୍କା ଜିଲ୍ଳାପାଳଙ୍କୁ ପ୍ରଦାନ କରିବାକୁ ଘୋଷଣା ସହ ଏହା କରୋନା ମୁକାବିଲାରେ ବ୍ୟୟ କରିବାକୁ ପରାମର୍ଶ ଦେଇଚ୍ଥନ୍ତି । ତାଙ୍କର ଏହି ସାଧୁ ଉଦ୍ୟମ ପାଇଁ ଜିଲ୍ଳାପାଳ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି ।