ଆଜିଠୁ ଗଡିବ ବସ ଓ ଟାକ୍ସି

ଆଜିଠୁ ଗଡିବ ବସ ଓ ଟାକ୍ସି

ଓଡିଶା ଜିଲ୍ଲା ବଡ ଖବର

#ଆଜିଠୁ_ଗଡିବ_ବସ_ଓ_ଟାକ୍ସି         ଭୁବନେଶ୍ୱର  : ରାଜ୍ୟ ସରକାର ସୋମବାର ଠାରୁ କଂଟେନମେଂଟ ଜୋନ ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଘରୋଇ ବସ ଓ ଟାକ୍ସି ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସରକାର ସହମତି ଭିତିରେ ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସିଟି ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରା ଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ତେଣୁ ସୋମବାର ଠାରୁ ବସ ସହ ଅଟୋ ରିକ୍ସା, ଓଲା ଉବେର ଗାଡି ମଧ୍ୟ ଚାଲିବ । ସେହିପରି ଚାରି ଚକିଆ ଗାଡି ତଥା ଅଟୋରେ ୨ ଜଣ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରା ଯାଇଛି ।
ତେବେ ବସରେ ଯେତିକି ସଂଖ୍ୟକ ସିଟ ରହିଛି ସେତିକି ଯାତ୍ରୀ ହିଁ ଯାତ୍ରା କରି ପାରିବେ । କୌଣସି ଯାତ୍ରୀ ଛିଡା ହୋଇ ଯାଇ ପାରିବେ ନାହିାଁ
ଶ୍ରୀ ଜେନା କହିଛନ୍ତି ଯେ ବସରେ ଯାତ୍ରୀ ମାନଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ନ ପିନ୍ଧିଲେ ତାଙ୍କୁ ଦଣ୍ଡିତ କରା ଯିବ । ଯଦି କୌଣସି ଯାତ୍ରୀଙ୍କୁ କରୋନା ଲକ୍ଷଣ ଥିବ ସେ ଯାତ୍ରୀ ବସରେ ଯାତ୍ରା କରି ପାରିବେ ନାହିଁ । ଯାତ୍ରୀ ମାନଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ମଧ୍ୟ ପରାମର୍ଶ ପ୍ରଦାନ କରା ଯାଇଛି ।
ବିମାନ ବନ୍ଦର, ରେଳ ଷ୍ଟେସନ୍ ଏବଂ ବସ୍ ଷ୍ଟାଣ୍ଡ ବା ବସ୍ ଷ୍ଟପ୍କୁ ଯାତ୍ରୀ ନେବା ଅଣା କରିବା ପାଇଁ ବ୍ୟବହୃତ ଯାତ୍ରୀବାହୀ ଗାଡ଼ି, ଘରୋଇ ଗାଡ଼ି, ଓଲା, ଓବେର ସମେତ ଟାକ୍ସି ଗାଡ଼ିକୁ ଦିନରାତି ୨୪ ଘଂଟା ଚଳପ୍ରଚଳ କରିବାକୁ ଅନୁମତି ଦିଆଯିବ ।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଗାଇଡଲାଇନ ଅନୁସାରେ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରା ଯାଇଛି ।