ଆଜି କ୍ୟାବିନେଟ୍ ବୈଠକ

ଓଡିଶା ବଡ ଖବର ମହାନଗର

#ଆଜି_କ୍ୟାବିନେଟ୍_ବୈଠକ              ଭୁବନେଶ୍ୱର  :  ଗୁରୁବାର ସକାଳ ୧୦ଟା ୪୫ରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ତେବେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଭିଡିଓ କନ୍ଫରେନ୍ସିଂ ଯୋଗେ ଏହି ବୈଠକ ବସିବ ।ଏନେଇ ଗତକାଲି ମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଛି । କିନ୍ତୁ କ୍ୟାବିନେଟ୍ ବୈଠକର ଏଜେଣ୍ଡା ସଂପର୍କରେ ମନ୍ତ୍ରୀମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ବୈଠକରେ ବିଧାୟକ ପାଣ୍ଠିକୁ ବର୍ଷେ ପାଇଁ ସ୍ଥଗିତ କରିବା ଉପରେ ନିଷ୍ପତି ହୋଇପାରେ ବୋଲି ଆଲୋଚନା ହେଉଛି । ସେହିପରି ମନ୍ତ୍ରୀମାନଙ୍କ ଦରମା ହ୍ରାସ ଓ ଅନ୍ୟାନ୍ୟ ଆର୍ଥିକ ନିଷ୍ପତ୍ତି ନିଆଯାଇପାରେ ।