ଆଜି କୋଭିଡ୍‌ ଯୋଦ୍ଧାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଆଜି କୋଭିଡ୍‌ ଯୋଦ୍ଧାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଓଡିଶା ବଡ ଖବର

#କୋଭିଡ୍‌_ଯୋଦ୍ଧାଙ୍କ_ସହ_କଥା_ହେବେ_ମୁଖ୍ୟମନ୍ତ୍ରୀ            ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କୋଭିଡ-୧୯ ଯୋଦ୍ଧାଙ୍କ ସହ କଥା ହେବେ। ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କରେ ଅବଗତ ହେବେ। ସେ ବୁଧବାର ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ  ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ କନଫରେନ୍ସିଂରେ ବିଭିନ୍ନ ଜିଲ୍ଳାର ସିଡିଏମ୍‌ଓ ଓ ମେଡିକାଲ ଷ୍ଟାଫ ଉପସ୍ଥିତ ରହିବେ। ବିଭିନ୍ନ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ସାମିଲ ହେବେ ବୋଲି ଜଣାପଡ଼ିଛି।