ଆଜି କୃଷକ ସମ୍ବାଦ ରାଲିରେ ଚାଷୀମାଙ୍କୁୁ ସମ୍ବୋଧିତ କରିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର

ଆଜି କୃଷକ ସମ୍ବାଦ ରାଲିରେ ଚାଷୀମାଙ୍କୁୁ ସମ୍ବୋଧିତ କରିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର

ଓଡିଶା

 #ଚାଷୀମାନଙ୍କୁୁ_ସମ୍ବୋଧିତ_କରିବେ_କୃଷିମନ୍ତ୍ରୀ_ନରେନ୍ଦ୍ର_ସିଂହ_ତୋମର           ଭୁୁବନେଶ୍ୱର  : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସାରା ଦେଶରେ ଜନସମ୍ବାଦ ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ମୋଦି ସରକାରଙ୍କ ସଫଳତା ଏବଂ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନ ୩.୧୫ ରେ ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ଭିଡିଓ କନଫରେନ୍ସି ମାଧ୍ୟମରେ କୃଷକ ସମ୍ବାଦ ରାଲି ଆୟୋଜିତ ହେବ । ଏହି ରାଲିକୁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ସମ୍ଭୋଧିତ କରିବେ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ  ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି ।
ଏହି ଜନସମ୍ବାଦ ରାଲିରେ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣ ଯୋଜନା ଏବଂ ଆତ୍ମନିର୍ଭର ଭାରତ ଯୋଜନାରେ କୃଷକମାନଙ୍କ ପାଇଁ ବିଶେଷ ଘୋଷଣା ସଂପର୍କରେ ଶ୍ରୀ ତୋମର ସମ୍ଭୋଧିତ କରିବେ । ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା, ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରିବା, ପ୍ରତି କ୍ଷେତକୁ ଜଳ ପଂହଚାଇବା, ଫସଲ ବିକ୍ରି କରିବା ପାଇଁ ଇ-ମାକେଟିଂ ର ବ୍ୟବସ୍ଥା ଏବଂ କୃଷି ଭିତିଭୂମି ସୁଦୃଢ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ । ଆତ୍ମନିର୍ଭର ଭାରତ ଯୋଜନାରେ ଓଡିଶାର ଚାଷୀମାନେ କିପରି ଉପକୃତ ହେବେ ସନେଇ ମଧ୍ୟ ବିସ୍ତୃତ ବିବରଣୀ ରଖିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମର ।
ଏହି ରାଲିରେ ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମରଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି  ବିରେନ୍ଦ୍ର ସିଂ ମସ୍ତ ଉପସ୍ଥିତ ରହିବେ । ପ୍ରଦେଶ କାର୍ଯ୍ୟାଳୟରେ କୃଷକ ମୋର୍ଚ୍ଚାର ନବନିଯୁକ୍ତ ରାଜ୍ୟ ସଭାପତି  ପ୍ରଦୀପ ପୁରୋହିତ ଓ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ଉପସ୍ଥିତ ରହିବେ । ଏହି କୃଷକ ସମ୍ବାଦ ରାଲିରେ ରାଜ୍ୟର ୫ ହଜାରରୁ ଉଦ୍ଧ୍ୱର୍ କୃଷକ ଯୋଗଦେବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।