ଆଜି ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ବ୍ୟୟ ମଂଜୁରୀ ବିଲ୍, ବିଧାନସଭା ବଦଳରେ ଲୋକସେବା ଭବନରେ ବସିବ ବୈଠକ

ଆଜି ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ବ୍ୟୟ ମଂଜୁରୀ ବିଲ୍, ବିଧାନସଭା ବଦଳରେ ଲୋକସେବା ଭବନରେ ବସିବ ବୈଠକ

ଓଡିଶା ବଡ ଖବର

#ଆଜି_ଅର୍ଥମନ୍ତ୍ରୀ_ଉପସ୍ଥାପନ_କରିବେ_ବ୍ୟୟ_ମଂଜୁରୀ_ବିଲ୍         ଭୁବନେଶ୍ୱର  : ଆସନ୍ତାକାଲି (ସୋମବାର) ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ୨୦୨୦ -ଆର୍ଥିକ ବର୍ଷ ଲାଗି ବ୍ୟୟ ମଂଜୁରୀ ବିଲ୍ ଆଗତ କରିବେ । ସମାନ ଦିନରେ ଏହା ପାରିତ ମଧ୍ୟ ହେବ । ତେବେ ସୋମବାର ବିଧାନସଭା ବଦଳରେ ଲୋକସେବା ଭବନର କନଭେନସନ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଉଲ୍ଲେଖଯୋଗ୍ୟ ଯେ ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଛନ୍ତି । ଏହାକୁ ଆଖି ଆଗରେ ରଖି ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଂଟାଇନରେ ରଖିବା ଆବଶ୍ୟକ । ସେହିପରି ବିଧାନସଭା ବିଲ୍ଡିଂକୁ ମଧ୍ୟ ସଂକ୍ରମଣମୁକ୍ତ କରା ଯିବାର ଆବଶ୍ୟକତା ରହିଛି । ତେଣୁ ବିଧାନସଭାର ବୈଠକ ବିଧାନସଭାରେ ନ ହୋଇ ଲୋକସେବା କନଭେନସଲ ହଲରେ ବସିବ । ବିଧାୟକ ମାନେ ଦୁଇ ମିଟର ଦୂରରେ ବସିବେ ।
ନିଜ ଦଳର ୩୦ ପ୍ରତିଶତ ବିଧାୟକଙ୍କୁ ନେଇ ଆସିବାକୁ ସେମାନଙ୍କ ନେତା ମାନଙ୍କୁ କୁହା ଯାଇଛି ।