ଆଜିଠୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ

ଆଜିଠୁ ମାସ୍କ ବ୍ୟବହାର ବାଧ୍ୟତାମୂଳକ

ଓଡିଶା ବଡ ଖବର

#ଆଜିଠୁ_ମାସ୍କ_ବ୍ୟବହାର_ବାଧ୍ୟତାମୂଳକ        ଭୁବନେଶ୍ୱର     :   ଆସନ୍ତାକାଲି (ଗୁରୁବାର) ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ୯ ତାରିଖ ସକାଳ ୭ଟାରୁ ଘର ବାହାରକୁ ବାହାରିଲେ ମାସ୍କ ବ୍ୟବହାରକୁ କଡାକଡି କରାଯିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଜନସାଧାରଣ ଚାହିଁଲେ ବଜାରରେ ମିଳୁଥିବା ମାସ୍କ ବଦଳରେ ଘର ତିଆରି ମାସ୍କ ବ୍ୟବହାର କରିପାରିବେ । ଏହାକୁ ଲୁଣ ପକା ଗରମ ପାଣିରେ କିଛି ସମୟ ଫୁଟାଇ ବିଶୋଧନ କରି ଖରାରେ ଭଲ ଭାବେ ଶୁଖାଇ ବ୍ୟବହାର କରିହେବ । ସେହିପରି ବାହାରୁ ଫେରିବା ପରେ ମାସ୍କକୁ ସାବୁନ୍ ପାଣିରେ ସଫା କରି ଖରାରେ ଶୁଖାଇ ପୁଣି ଥରେ ବ୍ୟବହାର କରିପାରିବେ । ତେବେ ୨ ବର୍ଷରୁ କମ୍ ପିଲା , ଶ୍ୱାସ ରୋଗରେ ପିଡିତ ତଥା ଅଚେତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ । ମାସ୍କ ବ୍ୟବହାର ନକରିପାରିଲେ ରୁମାଲ୍ ,ଗାମୁଛା ବା ଶାଢୀ କାନି ଘୋଡାଇ ବାହାରକୁ ବାହାରିପାରିବେ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।