ଦୋକାନ ଖୋଲିବାକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

ଦୋକାନ ଖୋଲିବାକୁ ଅନୁମତି ଦେଲା ଜିଲ୍ଲା ପ୍ରଶାସନ

ଓଡିଶା କଳାହାଣ୍ଡି ଜିଲ୍ଲା

#ଦୋକାନ_ଖୋଲିବାକୁ_ଅନୁମତି_ଦେଲା_ଜିଲ୍ଲା_ପ୍ରଶାସନ            ଭବାନୀପାଟଣା : (ରଜନୀକାନ୍ତ ମୁନୀ) ମଙ୍ଗଳବାର ଠାରୁ ଭବାନୀପାଟଣାରେ କେତେକ ଦୋକାନ ଖୋଲାଯିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଠାରୁ ସପିଙ୍ଗମଲ, ଚା ଦୋକାନ,ଫୁଡ଼ଷ୍ଟଲ, ଅଳଙ୍କାର ଦୋକାନ,ବ୍ୟୁଟି ପାର୍ଲର, ସ୍ପା, ବ୍ୟାୟମଶାଳା,ଠେଲା ଦୋକାନ ଏବଂ ପାନ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ ୬ ଟା.ରୁ ଦିନ ୧୧ଟା ଯାଏଁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଘରୋଇ କମ୍ପ୍ଲେକ୍ସ,ମାର୍କେଟ କମ୍ପ୍ଲେକ୍ସ ଓ ନେବରହୁଡ଼ ଦୋକାନ ମାନଙ୍କୁ ପୌରପାଳିକା ଦ୍ୱାରା ଏ ଓ ବି ଚିହ୍ନ ରେ ଚିହ୍ନିତ କରାଯାଇଛି । ଏ ଚିହ୍ନ ରେ ଚିହ୍ନିତ ଦୋକାନ ଗୁଡିକ ଯୁଗ୍ମ ତାରିଖ ଏବଂ ବି ଚିହ୍ନରେ ଚିହ୍ନିତ ଦୋକାନ ଗୁଡିକ ଅଯୁଗ୍ମ ତାରିଖରେ ଖୋଲାଯିବ । ସମସ୍ତ ଦୋକାନୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ଯେ ସେମାନେ ତାଙ୍କ ଦୋକାନର ୫୦% କର୍ମଚାରୀଙ୍କୁ ନେଇ ଦୋକାନ ଖୋଲିବେ । ମୁହଁରେ ତୁଣ୍ଡି ଲଗାଇବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଦୋକାନକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ସମ୍ପୂର୍ଣ୍ଣ ବିବରଣୀ ଲେଖି ରଖିବେ ନଚେତ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।