ଆଗେଇ ଚାଲିଛି ରଥ କାମ,୨୫ ତୁମ୍ବର ବିନ୍ଧ କାର୍ଯ୍ୟ ସରିଲା

ଆଗେଇ ଚାଲିଛି ରଥ କାମ,୨୫ ତୁମ୍ବର ବିନ୍ଧ କାର୍ଯ୍ୟ ସରିଲା

ଓଡିଶା ଜିଲ୍ଲା ପୁରୀ ବଡ ଖବର
#୨୫_ତୁମ୍ବର_ବିନ୍ଧ_କାର୍ଯ୍ୟ_ସରିଲା           ପୁରୀ  :  ବିଶ୍ବ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାର୍ଯ୍ୟ ନିମନ୍ତେ ନିଷ୍ପତ୍ତି ନିଆଯିବାପରେ ରଥ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।ବର୍ତ୍ତମାନ ସୁଦ୍ଧା ୨୫ ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ତିନି ରଥର ଛଅଟି ଚକର ପହି ବିନ୍ଧ ସରି ଅର ସହିତ ପହି ସଂଯୋଗ କରାଯାଇ କଳସା କରାଯାଇଛି । ଗୁଜ , ଜଳଯନ୍ତ୍ର , କୁଡୁକା କାମ ଚାଲିଛି ।
      ବୁଧବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏଥି ସହିତ କୋଭିଡ – ୧୯ ପରୀକ୍ଷା ପାଇଁ ସ୍ୱାବ କଲେକ୍ସନ ଆରମ୍ଭ ହୋଇଛି ।  ରଥ ନିର୍ମାଣରେ ସମ୍ପୃକ୍ତ ୫୫ ଜଣ  ସେବକଙ୍କର ସ୍ୱାବ ପରୀକ୍ଷା ପାଇଁ କଲେକ୍ସନ କରାଯାଇଛି ।