ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଓଡିଶା ବଡ ଖବର

#ଆଗାମୀ_୪୮_ଘଣ୍ଟା_ଆମ_ସମସ୍ତଙ୍କ_ପାଇଁ_ଅତ୍ୟନ୍ତ_ଗୁରୁତ୍ୱପୂର୍ଣ୍ଣ          ଭୁବନେଶ୍ୱର :    କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଲକଡାଉନ୍ ଜାରି ଥିବା ବେଳେ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ୍‌ରେ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ରାଜ୍ୟ ସରକାର କରୋନା ରୋଗୀ ଚିହ୍ନଟ ହୋଇଥିବା ତିନିଗୋଟି ସହର ଯଥା ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ ଜାରି କରିଛନ୍ତି । ଏହି ୪୮ ଘଣ୍ଟା ପ୍ରଶାସନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି ।

କଟକ ମହାନଗର ନିଗମ, ଭୁବନେଶ୍ବର ମହାନଗର ନିଗମ ଏବଂ ଭଦ୍ରକ ପୌରାଞ୍ଚଳରେ ୪୮ ଘଣ୍ଟା ପାଇଁ ଜାରି ହୋଇଥିବା ସଟ୍ ଡାଉନ୍ ପାଳନ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ନିବେଦନ:ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ୪୮ ଘଣ୍ଟା ମଧ୍ୟରେ ପ୍ରଶାସନ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଭଲ ଭାବରେ କରିପାରିବେ । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହା ଖୁବ ଜରୁରୀ ଅଟେ । ନିଜ ପରିବାର ଓ ବନ୍ଧୁମାନଙ୍କ ଭଲ ପାଇଁ, ମଙ୍ଗଳ ପାଇଁ ଆମକୁ ବ୍ୟକ୍ତିଗତ ଭାବରେ ଏହି ତ୍ୟାଗ କରିବାକୁ ହେବ । କଷ୍ଟ ସ୍ୱୀକାର କରିବାକୁ ହେବ । ଆମର ଏହି ତ୍ୟାଗ ହିଁ ଆମ ସମସ୍ତଙ୍କୁ ସୁରକ୍ଷିତ ରଖି ପାରିବ ବୋଲି ନବୀନ କହିଛନ୍ତି ।