“ଆଉ ମିଳିବନି ଲୁଣ” ଗୁଜବ ଭୟରେ ଜିଲ୍ଲାବାସୀ

“ଆଉ ମିଳିବନି ଲୁଣ” ଗୁଜବ ଭୟରେ ଜିଲ୍ଲାବାସୀ

ଓଡିଶା ଜିଲ୍ଲା ନୂଆପଡ଼ା ବଡ ଖବର

#“ଆଉ_ମିଳିବନି_ଲୁଣ”_ଗୁଜବ_ଭୟରେ_ଜିଲ୍ଲାବାସୀ          ନୂଆପଡା  :  ଆଉ କିଛି ଦିନ ପାଇଁ ଲୁଣ ମିଳିବ ନାହିଁ । ଏପରି ଏକ ଗୁଜବ ଆଜି ସକାଳୁ ନୂଆପଡା ତଥା ଆଖପାଖ ଅଞ୍ଚଳରେ ପ୍ରକାଶିତ ହେବା ପରେ ଲୋକଙ୍କ ମଧ୍ୟରେ ଲୁଣ ଅଭାବର କୋକୁଆ ଭୟ ଦେଖିବାକୁ ମିଳିଥିଲା । ଲୋକେ ତେଜରାତି ଦୋକାନ ମାନଙ୍କ ସାମନାରେ ଭିଡ ଜମାଇଥିଲେ । ଆମେ ସମସ୍ତେ ଜାଣୁ ଯେ ଖାଦ୍ୟ ଯେତେ ସୁନ୍ଦର ରନ୍ଧା ହୋଇଥିଲେ ମଧ୍ୟ ଯଦି ସେଥିରେ ଲୁଣ ନ ପଡେ ତାହା ସୁସ୍ୱାଦୁ ହୋଇ ନ ଥାଏ । ତେଣୁ ଲୁଣର ଚାହିଦା ଘରେଘରେ ଅଧିକ ହୋଇଥାଏ । କରୋନା ମହାମାରୀ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ତାଲାବନ୍ଦ ମଙ୍ଗଳବାର ତୃତୀୟ ପ୍ରର୍ଯ୍ୟାୟରେ ପହଞ୍ଚିଛି । ଅନାବଶ୍ୟକ ବାହାରକୁ ବାହାରିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଛି । ଲୋକେ ତାଲାବନ୍ଦ କୁ ମାନି ଘରେଘରେ ରହିଛନ୍ତି । ତୃତୀୟ ପ୍ରର୍ଯ୍ୟାୟ ତାଲାବନ୍ଦ ପରେ ମଧ୍ୟ ନୂଆପଡା ଜିଲ୍ଲା ନିଜକୁ କରୋନା ପଜିଟିଭ ଶୂନ୍ୟ ତାଲିକାରେ ରଖିବାରେ ସକ୍ଷମ ହୋଇପାରିଛି । କିନ୍ତୁ ଆଜି ସକାଳେ ଲୁଣ ଆଉ ମିଳିବ ନାହିଁ ଭଳି ଗୁଜବରେ ଜିଲ୍ଲାବାସୀ ଭୟଭିତ ହୋଇ ପଡିଥିଲେ । ନୂଆପଡା ଜିଲ୍ଲା ର ସମସ୍ତ ଦୋକାନୀ ବିଭିନ୍ନ ପ୍ରକାର ଜିନିଷ ଆମଦାନି ପାଇଁ ପଡୋଶି ଛତିସଗଡ ରାଜ୍ୟ ରାଜଧାନୀ ରାୟପୁର ଉପରେ ନିର୍ଭର କରିଥାନ୍ତି । ଗୁଜବରେ ରାୟପୁର ରେ ମଧ୍ୟ ଲୁଣ ଗଛିତ ନାହିଁ ଓ ଆଗାମୀ ସମୟରେ ଲୁଣ ମିଳିବା କଷ୍ଟକର ହେବ ଏବଂ ଲୁଣ ଦର ବର୍ତ୍ତମାନ ଅପେକ୍ଷା ବହୁତ ବଢିଜିବ ପ୍ରକାଶିତ ହୋଇଥିଲା । ଭୟଭିତ ଲୋକେ ଖରିଆର ରୋଡ, ନୂଆପଡା, କୋମନା, ଉଦ୍ୟାନବନ୍ଧ, ଆଦି ସହର ମାନଙ୍କରେ ଥିବା ତେଜରାତି ଦୋକାନ ମାନଙ୍କ ସାମନାରେ ପ୍ରବଳ ଭିଡ ଲଗାଇ ଜଣପିଛା ୫ ରୁ ୬ ପ୍ୟାକେଟ ଲେଖାଏଁ ପ୍ୟାକେଟ ପିଛା ୪୦ରୁ୫୦ଟଙ୍କା ଦେଇ ଚଢା ଦରରେ ଲୁଣ କିଣିବାର ଦେଖାଯାଇଥିଲା । ଲୁଣ କିଣିବା ଜୋସରେ ନା ଲୋକଙ୍କ ମୁହଁରେ ଥିଲା ମାସ୍କ ନା ସାମାଜିକ ଦୂରତାର ସଚେତନତା । ସତେ ଯେମିତି କରୋନା ମହାମାରୀର ଭୟ ଲୁଣ କିଣିବାର ଆବଶ୍ୟକତା ଆଗରେ ହାର ମାନିଯାଇଥିଲା । ସହରାଞ୍ଚଳରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୁଣ ଅଭାବର ଭୟ ଦେଖାଦେଇଛି । ଭବିଷ୍ୟତରେ ଲୁଣ ନ ମିଳିବାର ଗୁଜବ କେତେଦୂର ସତ ତାହା ବୁଦ୍ଧିଜିବୀଙ୍କ ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।