ଅବକାରୀ ଅଧିକାରୀ ଙ୍କୁ ତାଗିଦ କଲେ ଜିଲ୍ଲାପାଳ

ଅବକାରୀ ଅଧିକାରୀ ଙ୍କୁ ତାଗିଦ କଲେ ଜିଲ୍ଲାପାଳ

ଓଡିଶା ଜିଲ୍ଲା ରାୟଗଡା
 #ଅବକାରୀ_ଅଧିକାରୀଙ୍କୁ_ତାଗିଦ_କଲେ_ଜିଲ୍ଲାପାଳ             ରାୟଗଡା : ରାୟଗଡା ରେ କରୋନା ପରି ଭୟଙ୍କର ପରିସ୍ଥିତିରେ ପୁରା ଜିଲ୍ଲା ବନ୍ଦ ଥିବା ଓ ଏହି ବନ୍ଦ କୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରାଣ ପଣେ ଉଦ୍ୟମ କରିଆସୁଥିବା ବେଳେ ରାୟଗଡା ଜିଲ୍ଲା ଅବକାରୀ ବିଭାଗ ଘରେ ବସି ରହିଛିକି ବୋଲି ଚର୍ଚ୍ଚା ଜୋର ଧରିଛି। ରାୟଗଡ଼ା ଜିଲ୍ଲା ରେ ଏଭଳି ସଙ୍କଟ ପୂର୍ଣ୍ଣପରିସ୍ଥିତି ରେ ଅବକାରୀ ବିଭାଗର କଣ କିଛି ଦାୟୀତ୍ୱ ନାହିଁ। ସାରା ଜିଲ୍ଲାର ଦେଶୀ ଓ ବିଦେଶୀ ମଦ ଦୋକାନ ଦୀର୍ଘ ଦିନ ଧରି ବନ୍ଦ ଓ ସିଲ ପଡିବା ସତ୍ୱେ ଜିଲ୍ଲାର  ପ୍ରତ୍ୟେକ କୋଣ ଅନୁକୋଣରେ ଚୋରାରେ ମଦ ବିକ୍ରି ହେଉ ଥିବା ଚର୍ଚା ହେଉଛି। ଏପରି କି କିଛି ଗାଁ  ରେ ଚୋରା ମଦ ରନ୍ଧା ହୋଇ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କିଛି ଅସାଧୁ ଚୋରା ମଦ ବେପାରୀ ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀ ଙ୍କ ସାହାଯ୍ୟ ରେ ଚୋରାରେ ମଦ ରାନ୍ଧିବା ଓ ବିକ୍ରି କରିବା ଓ ବିକ୍ରି ସ୍ଥାନରେ ମଦୁଆ ଙ୍କ ରୁଣ୍ଡହେବା ଓ ଗହଳି କରିବା ଯୋଗୁଁ ଗ୍ରାମବାସୀ ଭୟ କରୁଛନ୍ତି। ସେମାନେ ଏପରି ଚୋରା କାରବାର ସମ୍ବନ୍ଧରେ ଅବକାରୀ ବିଭାଗ କୁ ଜଣାଇବା ସତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦ୍ୱାରା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଜିଲ୍ଲାପାଳ ଅବକାରୀ ଅଧ୍ୟକ୍ଷ ଙ୍କୁ ତୁରନ୍ତ ଚୋରାମଦ ବିକ୍ରି କରୁଥିବା ଦୁଇ ଗ୍ରାମ କୋତପେଟ ଓ ବାରୁଝୋଲାରୁ  ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ୩୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ଏପରିକି ଜିଲ୍ଲାର ଅନେକ ସ୍ଥାନରେ ଚୋରା ମଦ ବରାବର ହେଉଥିବା ଶୁଣିବାକୁ ମିଳୁଛି। ଜିଲ୍ଲା ଅବକାରୀ ବିଭାଗ ଏପରି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ରେ ନିଘୋଡ଼ ନିଦ୍ରାରେ ନ ଶୋଇ ତନାଘନା ଜୋର ଦାର କରିବା ପାଇଁ ଜିଲ୍ଲା ବାସୀ ଅବକାରୀ ଓ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି।