ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଆଙ୍କୁ ସହାୟତା ଦେବାକୁ ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଆଙ୍କୁ ସହାୟତା ଦେବାକୁ ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଓଡିଶା ବଡ ଖବର

 #ଓଡିଆଙ୍କୁ_ସହାୟତା_ଦେବାକୁ_ଅନ୍ୟରାଜ୍ୟ_ମୁଖ୍ୟମନ୍ତ୍ରୀଙ୍କୁ_ନବୀନଙ୍କ_ଚିଠି      ଭୁବନେଶ୍ୱର : ଓଡିଶା ବାହାରେ ଫସିଥିବା ଓଡିଆ ଲୋକଙ୍କୁ ସହାୟତା କରିବା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ତାଙ୍କ ରାଜ୍ୟରେ ଫସିଥିବା ଓଡିଆ ଲୋକଙ୍କୁ ସମ୍ପୃକ୍ତ ରାଜ୍ୟ ସହାୟତା କରନ୍ତୁ । ସେମାନଙ୍କ ରହିବା, ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡିଶା ସରକାର ବହନ କରିବେ । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରିଛନ୍ତି । କରୋନା ପାଇଁ ଆନ୍ତଃରାଜ୍ୟ ବସ୍, ଟ୍ରେନ୍ ସମେତ ଅନ୍ୟ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯିବା ପରେ ବିଭିନ୍ନ ରାଜ୍ୟରେ ଓଡିଆ ଲୋକମାନେ ଫସି ରହିଛନ୍ତି ।
ଏହାଛଡା ଓଡିଶାରେ ଅନ୍ୟ ରାଜ୍ୟର ଲୋକ ଫସିଥିଲେ ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ନବୀନ ଲେଖିଛନ୍ତି । ଯଦି ପ୍ରଶାସନ ତାଙ୍କ କଥା ନଶୁଣେ, ତେବେ ସିଧାସଳଖ ତାଙ୍କୁ ଫୋନ କରିବା ପାଇଁ ଲେଖିଛନ୍ତି ।
କିଛି ଲୋକ ତୀର୍ଥଯାତ୍ରା କରିବାକୁ ଯାଇ ଅନ୍ୟ ରାଜ୍ୟରେ ଫସି ଥିବା ବେଳେ ଆଉକିଛି ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଇ ସେଠାରେ ଅଟକି ରହିଛନ୍ତି । ସେହିପରି ଆଉ କିଛି ଓଡିଆ ଚିକିତ୍ସା କରାଇବାକୁ ଯାଇ ସେଠାରେ ଫସି ରହିଥିବା ସୂଚନା ମିଳିଛି । ସମ୍ପୃକ୍ତ ଓଡିଆ ମାନେ ଭିଡିଓ ମେସେଜରେ ବାର୍ତା ପଠେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି । ଏଭଳି ପରିସ୍ଥିତିରେ ଓଡିଶା ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ।