ଅନ୍ୟ ରାଜ୍ୟରୁ ଫେରି ଗାଁ ଗାଁ ବୁଲୁଛନ୍ତି ସଂଦିଗ୍ଧ

ଅନ୍ୟ ରାଜ୍ୟରୁ ଫେରି ଗାଁ ଗାଁ ବୁଲୁଛନ୍ତି ସଂଦିଗ୍ଧ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଅନ୍ୟ_ରାଜ୍ୟରୁ_ଫେରି_ଗାଁ_ଗାଁ_ବୁଲୁଛନ୍ତି_ସଂଦିଗ୍ଧ            କେନ୍ଦ୍ରାପଡା  : କରୋନା କଟକଣା ରେ ସଙ୍ଗରୋଧ ରେ ରହିବା ପାଇଁ ନିର୍ଦ୍ଦେଶ ଦିଅ ଯାଉଥିଲେ ମଧ୍ୟ ପ୍ରକୃତ ପକ୍ଷରେ ଏହି ନିର୍ଦ୍ଦେଶକୁ ବାହାର ଫେରନ୍ତା ଲୋକମାନେ ମାନୁ ନଥିବା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଛି । ଆଳି ବ୍ଲକର ନିଆଳ ପଂଚାୟତର ଏହିଭଳି ୧୩ ଜଣ ବ୍ୟକ୍ତିଙ୍କ ବିରୋଧରେ ସ୍ଥାନୀୟ ସରପଂଚ ଲିଖିତ ଭାବେ ଅଭିଯୋଗ କରାଯାଇଛି । ଏହି ଲୋକମାନେ ଅନ୍ୟ ରାଜ୍ୟରୁ ଫେରିବା ପରେ ଏମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇ ଥିଲା । ଏହାକୁ ନମାନି ଏମାନେ ଗାଁ ସାରା ବୁଲି ବୁଲି ଅନ୍ୟମାନଙ୍କ ସହ ମିଳାମିଶା କରୁଥିବାର ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ଏହି ଲୋକ ମାନଙ୍କୁ ଘରେ ରହି ବାର ସୁଯୋଗ ନଦେଇ ସରକାରଙ୍କ ପକ୍ଷରୁ କରାଯାଇଥିବା ଅଇସୋଲେସନ ସେଣ୍ଟର ରେ ରଖିବା ପାଇଁ ସ୍ଥାନୀୟ ଅଂଚଳରେ ଦାବି କରାଯାଇଛି ।