ଅନାସ୍ଥା ପ୍ରସ୍ଥାବରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ପରାଜିତ

ଅନାସ୍ଥା ପ୍ରସ୍ଥାବରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ପରାଜିତ

ଓଡିଶା କୋରାପୁଟ ଜିଲ୍ଲା ବଡ ଖବର ରାଜ୍ୟ

#ଅନାସ୍ଥା_ପ୍ରସ୍ଥାବରେ_ସେମିଳିଗୁଡା_ବ୍ଲକ_ଅଧ୍ୟକ୍ଷ_ପରାଜିତ   କୋରାପୁଟ- (ନିରଜ ଶତପଥୀ)  ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ଥାବର ଭୋଟ ଗଣତିରେ ଅଧ୍ୟକ୍ଷ ଦିନେଶ ଖରା ପରାଜିତ।  ସେମିଳିଗୁଡା ବ୍ଲକ ସଭାଗୃହରେ କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ଭୋଟ ଗଣତିରେ  ଅଧ୍ୟକ୍ଷ ବିରୁଦ୍ଧରେ ୨୫ଟି ଭୋଟ ମିଳିଛି। ଭୋଟ ପଡିଥିଲା ୨୫ ଟି ଏବଂ ସମସ୍ତ ଭୋଟ ବିରୁଦ୍ଧରେ ପଡିଛି।

ଗତ ୨୦୧୯ ନଭେମ୍ବର ମାସ 6 ତାରିଖରେ ଅନାସ୍ଥା ପ୍ରସ୍ଥାବ ଉପରେ ମତଦାନ କରା ଯାଇଥିଲା।  ପରବର୍ତ୍ତି ସମୟରେ ଅଧ୍ୟକ୍ଷ ଦିନେଶ ଖରା ହାଇକୋର୍ଟ ରୁ ରହିତାଦେଶ ଆଣିଥିଲେ। ତେବେ ଗତ ଫେବୃଆରୀ ମାସ ୧୯ ତାରିଖ ୨୦୨୦ ରେ ମାନ୍ୟବର କୋର୍ଟ ମତଗଣନା ପାଇଁ ଅନୁମତି ଦେଇଥିଲେ। ପ୍ରଶାସନ ପକ୍ଷରୁ ଗୁରବାର ୧୨ ତାରିଖ ଦିନ ମତ ଗଣନା ନେଇ ଦିନ ଧାର୍ଯ୍ୟ କରା ଯାଇଥିଲା ।

ନିର୍ବାଚନ ଅଧିକାରୀ କୈଳାଶ ଚନ୍ଦ୍ର ସିଆଲଙ୍କ ଉପସ୍ଥିତିରେ ମତ ଗଣନା କରା ଯାଇଥିଲା। ଗଣନା ସମୟରେ ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ସେମିଳିଗୁଡା ବ୍ଲକ୍ ରେ ମୋଟ ୩୪ ଜଣ ସମିତି ଓ ସରପଞ୍ଚ ରହିଥିବା ବେଳେ ମତଦାନ ଦିନ 25 ଜଣ ଉପସ୍ଥିତ ଥିଲେ। ତେବେ ଆଗାମୀ ଦିନରେ ଯାହାକୁ ବି ଅଧ୍ୟକ୍ଷ କରାଯିବ ସମସ୍ତେ ସେଥିରେ ଏକମତ ହୋଇ ବ୍ଲକ୍ର ଉନ୍ନତି ଦିଗରେ କାମ କରିବୁ ବୋଲି ସମିତି ସଭ୍ୟ ଓ ସରପଞ୍ଚ ମାନେ ପ୍ରକାଶ କରିଛନ୍ତି।