ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା

ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା

ଓଡିଶା ବଡ ଖବର ରାଜନୀତି

#ଅଧିବେଶନ_ଆରମ୍ଭରୁ_ଗୃହରେ_ହଙ୍ଗାମା     ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ୍ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ଆରମ୍ଭ ହେବା ପରେ ପରେ ହିଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍‌ଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ।ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ୍ ଦେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଫଳରେ ଗୃହକୁ ୧୨ଟା ୩୦ ଯାଏ ମୁଲତବି ରଖିଛନ୍ତି ବାଚସ୍ପତି।

ଆଜି ଗୃହ ଆରମ୍ଭରେ ମୁଖ୍ୟମନ୍ତ୍ରୀ ତିନି ଜଣ ଦିବଙ୍ଗତ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପୁଣି ଥରେ ଗୃହ ଆରମ୍ଭ ପରେ କାଳିଆ ନାଁରେ କେଳେଙ୍କାରୀ ସାଙ୍ଗକୁ ଘରୋଇ ବ୍ୟାଙ୍କ୍‌ରେ ଅସୁରକ୍ଷିତ ସରକାରୀ ଅର୍ଥ, ସରକାରଙ୍କ ନିରବତା କାହିଁକି ଶୀର୍ଷକ ମୁଲତବି ନୋଟିସ୍ ଦେଇଛି ବିଜେପି।ଯାହାକୁ ନେଇ ଆଲୋଚନା ହେବ।ସେହିପରି ବିବାଦୀୟ ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର,ଏନ୍ଆରସି ଓ ଏନ୍‌ପିଆର୍‌କୁ ରାଜ୍ୟରେ ଲାଗୁ କରାନଯିବା ସମ୍ପର୍କରେ ବିଧାନସଭାରେ କଂଗ୍ରେସ ୨ଟି ନୋଟିସ ଦେଇଛି।

ଗୋଟିଏ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇବା ସହ ଅନ୍ୟଟି ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ନୋଟିସ ଜରିଆରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛି।