ଅଦିନିଆ ବର୍ଷା ହେକ୍ଟର ହେକ୍ଟର ମୁଗ ବିରି ଫସଲ ଉଜାଡିଲା

ଅଦିନିଆ ବର୍ଷା ହେକ୍ଟର ହେକ୍ଟର ମୁଗ ବିରି ଫସଲ ଉଜାଡିଲା

ଓଡିଶା ଜଗତସିହଂପୁର ଜିଲ୍ଲା ବଡ ଖବର
#ଅଦିନିଆ_ବର୍ଷା_ହେକ୍ଟର_ହେକ୍ଟର_ମୁଗ_ବିରି_ଫସଲ_ଉଜାଡିଲା               ଜଗତସିଂହପୁର  : କରୋନା ଭୁତାଣୁ କୁ ହରାଇବା ପାଇଁ ସରକାର ସଟଡାଉନ ଓ ଲକ ଡାଉନ କରି ସାମାଜିକ ଦୂରତା ରକ୍ଷା କରି ଓଡିଶା ସ୍ଥିତି କୁ ଠିକ ଠାକ ରଖିବା ସହ କରୋନା ସହ ଲଢେ଼ଇ ଜାରି ରଖିଥିବା ବେଳେ ଚାଷୀ ବିଲରେ କରିଥିବା ପନିପରିବା ଠିକ ସମୟରେ ବିକ୍ରି କରିନପାରି ଉଚିତ ମୂଲ୍ୟ ପାଇପାରୁନାହିଁ ।  ରବି ଫସଲ ଅମଳ ସମୟରେ  ଅଦିନିଆ ବର୍ଷା ଯୋଗୁଁ ଚାଷୀ  ମୁଗ ବିରି ବିଲରୁ ଘରକୁ ଆଣି ପାରିଲାନାହିଁ । ଫଳରେ ମୁଗ ବିରି ଫସଲ ସଂପୁଣ୍ଣ ନଷ୍ଟ ହୋଇଛି। ଏଥି ପାଇଁ ଜଗତସିଂହପୁର ଜିଲ୍ଲାର ଚାଷୀ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲାର ୮ଟି ବ୍ଲକରେ ପ୍ରାୟ ୨୪ହଜାର ହେକ୍ତର  ଜମି ରେ ମୁଗ ବିରି ଚାଷ କରାଯାଇଥିଲା । ପ୍ରାୟ ୧୦ ଭାଗ ଚାଷୀ କିଛି ମୁଗ ଓ ବିରି ଓପାଡି ଖଳାକୁ ଆଣିଥିଲେ ଅଦିନିଆ ବର୍ଷା ହେବାରୁ ଖଳାକୁ ଆସିଥିବା ମୁଗବିରି ପାଣିପଶି ଗଜା ହୋଇ ନଷ୍ଟ ହେବା ସହ ବିଲରେ ଥିବା ମୁଗ ବିରି ପାଣିରେ ରହି ସଂପୂଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ଚାଷୀ ମୁଣ୍ଡରେ ବଜ୍ର ପଡ଼ିଲାଭଳି ଲାଗୁଛି । ପ୍ରଶାସନ ପକ୍ଷରୁ ତଦନ୍ତ କରିବା ସହିତ ଚାଷୀକୁ କ୍ଷତି ପୂରଣ  ଦେବାକୁ ଦାବି ହୋଇଛି ।