୩୭ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି

୩୭ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି

ଓଡିଶା ଗଞ୍ଜାମ ଜିଲ୍ଲା
#୩୭_ଲିଟର_ରନ୍ଧା_ଦେଶୀ_ମଦ_ଜବତ_କରାଯାଇଛି          ବ୍ରହ୍ମପୁର   :  ସମଗ୍ର ବିଶ୍ଵ ମହାମାରୀ କରୋନା ଯୋଗୁଁ ଆତଙ୍କିତ ଅବସ୍ଥାରେ ଗତି କରୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ଲକଡାଉନ କଟକଣା ଜାରି ରହିଛି । କିନ୍ତୁ ଏହି ଲକଡାଉନର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବର୍ଗର ଯୁବକ ମାନେ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧିନସ୍ଥ ଗ୍ରାମାଞ୍ଚଳ ଗୁଡିକରେ ପ୍ରସ୍ତୁତ ହେଉଥିବା ବେଆଇନ ରନ୍ଧାମଦକୁ କମ ଦରରେ କିଣି ମଦ ବେପାରୀ ମାନେ ଜିଲ୍ଲାର ପ୍ରମୁଖ ସହର ଗୁଡିକୁ ଚୋରାଚାଲାଣ କରି ଗ୍ରାହକମାନଙ୍କୁ ଚଢାଦରରେ ବିକ୍ରି କରିଥାନ୍ତି । ଖବରନୁଯାୟୀ , ଗଞ୍ଜାମ ଜିଲ୍ଲାପାଳଙ୍କ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁଙ୍କ ତତ୍ତ୍ୱାବଧାନରେ ସଦଳବଳେ ବିଛାପଟା ଓ ଜୁଆଣପଲ୍ଲୀ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଚୋରା ରନ୍ଧାମଦ ଧରପଗଡ କରୁଥିବା ଯୁବକଙ୍କ ଉପରେ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ୩ ଜଣ ଯୁବକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩୭ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି। ଗିରଫ ମାନେ ହେଲେ ଚିକିଟିଗଡ ଗ୍ରାମର ଶ୍ରୀକାନ୍ତ ବେହେରା , ବ୍ରହ୍ମପୁରର ରବିନ୍ଦ୍ର ନାୟକ ଓ ସୁରଜ ହାତୀ ବୋଲି ଜଣାପଡିଛି । ଅଭିଯୁକ୍ତ ଶ୍ରୀକାନ୍ତ ନିଜ ବାଇକ (ଓଆର ୦୭ ଭି ୮୮୬୫) ଯୋଗେ ଭୀଷ୍ମଗିରୀ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ରନ୍ଧା ଦେଶୀ ମଦ ବିକ୍ରୀ ଉଦ୍ଦେଶ୍ୟରେ ବିଛାପଟା ଗ୍ରାମରୁ ୧୦ ଲିଟର ମଦ ଧରି ଚିକିଟି ଅଭିମୁଖେ ଯାଉଥିଲା । ସେହିପରି ରବିନ୍ଦ୍ର (ଓଡି୦୭ପି୩୬୫୯) ଯୋଗେ ୧୫ ଲିଟର ମଦ ଧରି ସେହି ବିଛାପଟା ଅଞ୍ଚଳରୁ ଏବଂ ସୁରଜ ୧୨ଲିଟର ମଦ ଧରି ଜୁଆଣପଲ୍ଲୀ ଅଞ୍ଚଳରୁ ଆଣୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏନେଇ ଅବକାରୀ ବିଭାଗ ମାମଲା ନଂ ୨୫/୨୬/୨୭/୨୧-୨୦-୨୧ରେ ପୃଥକ ପୃଥକ ୩ ଗୋଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଉପନିରୀକ୍ଷକ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି ଧରପଗଡ ସମୟରେ ଦିଗପହଣ୍ଡି ଏସ୍ .ଆଇ ଅଭିରାମ ସାହୁ ସମେତ ଏଏସ୍ଆଇ ରବିନ୍ଦ୍ରନାଥ ପାଢ଼ୀ , ଗୋବିନ୍ଦ ବେହେରା , ଡମ୍ବରୁ ବେହେରା , ଅଜୟ କୁମାର ସାହୁ , ପଦ୍ମାବତୀ ସେଠୀ ପ୍ରମୁଖ ସାମିଲ ଥିଲେ।