୨୧ ଲିଟର ରନ୍ଧା ଦେଶୀ ମଦ ଜବତ

୨୧ ଲିଟର ରନ୍ଧା ଦେଶୀ ମଦ ଜବତ

ଓଡିଶା ଗଞ୍ଜାମ ଜିଲ୍ଲା
#୨୧_ଲିଟର_ରନ୍ଧା_ଦେଶୀ_ମଦ_ଜବତ         ଦିଗପହଣ୍ଡି  :  ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକଙ୍କ ତତ୍ତ୍ୱାବଧାନରେ ସଦଳବଳେ ଭୀଷ୍ମଗିରୀ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ  ବିଳମ୍ବିତ ରାତ୍ରୀରେ ଚଢ଼ାଉ କରି ୩ଜଣଙ୍କ ନିକଟରୁ ୨୧ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଆଙ୍କରୋଡ଼ା ଗ୍ରାମର ଗଗନ ସେଠୀ ଓ ବିଜୟ ସେଠୀ ଏବଂ ଶେରଗଡ଼ ଗ୍ରାମର ରଘୁନାଥ ଦାସ ରଘୁନାଥ ଭୀଷ୍ମଗିରୀ ଗ୍ରାମର ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ସେମାନେ ଭୀଷ୍ମଗିରୀ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ରନ୍ଧା ଦେଶୀ ମଦ ବିକ୍ରୀ ଉଦ୍ଦେଶ୍ୟରେ ଆଣୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଗଗନଙ୍କ ଠାରୁ  ୧୦ ଲିଟର, ବିଜୟଙ୍କ ଠାରୁ ୫ଲିଟର ଏବଂ ରଘୁନାଥଙ୍କ ଠାରୁ ୬ଲିଟର ଦେଶୀ ରନ୍ଧା ମଦ ବ୍ୟାରେଲ ସହିତ ଜବତ କରାଯାଇଛି । ଏନେଇ ଅବକାରୀ ବିଭାଗ ମାମଲା ନଂ ୧୯/୨୦/୨୧-୨୦-୨୧ରେ ପୃଥକ ପୃଥକ ୩ ଟି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁ ସୂଚନା ଦେଇଛନ୍ତି।