ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଓଡିଶା ଜିଲ୍ଲା ରାୟଗଡା

#ସହିଦ_ଯବାନଙ୍କୁ_ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି           ରାୟଗଡା   :    ରାୟଗଡା ଜିଲ୍ଲା ବ୍ଲକ ସଦର ମହକୁମା  ମୁନିଗୁଡାରେ ଆବାଳ ଵୃଦ୍ଧବନୀତା ଏକତ୍ରିତ ହୋଇ ଲକ୍ଷ୍ମଣନାୟକ ଛକ ଠାରେ ଲଦାଖର ଗଲୱାନା ଉପତ୍ୟକା ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ ଏସି) ନିକଟରେ ସହିଦ୍ ହୋଇଥିବା ଦୁଇ ଓଡିଆ ଯଵାନଙ୍କ  ସମେତ ୨୦ ଜଣ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହି ଉଦ୍ଦେଶ୍ୟରେ  ଲକ୍ଷ୍ମଣନାୟକ ପ୍ରତିମୂର୍ତ୍ତି ନିକଟରେ କ୍ୟାଣ୍ଡେଲ ଜାଳି  ସହିଦ୍ ଯଵାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସେମାନଙ୍କର ଆତ୍ମାର ସଦଗତି ନିମନ୍ତେ ଈଶ୍ବରଙ୍କ  ନିକଟରେ ପାର୍ଥନା କରାଯାଇଥିଲା। ସହିଦ୍ ଓଡ଼ିଆ ଯବାନ ଦ୍ଵୟ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ନନ୍ଦୁରାମ ସୋରେନ୍ ଦେଶପାଇଁ ଲଢ଼ି ଜୀବନ ହରାଇ ଭାରତ ଇତିହାସରେ ନାମ ଯୋଡି ପାରିଛନ୍ତି। ଏମାନଙ୍କ ସହିଦ୍ ରେ କେବଳ ମୁନିଗୁଡା ନୁହେଁ ସାରା ଜିଲା, ରାଜ୍ୟ ତଥା  ଦେଶ ଆଜି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏହି ବୀର ସହିଦ ଯବାନ ଙ୍କ ପାଇଁ ।