ହଟସ୍ପଟ୍ ଅଂଚଳରୁ ଆସୁଥିବାରୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ରାଜଧାନୀରେ ଖୋଲିବ କେଉଁ ଦୋକାନ ସ୍ପଷ୍ଟ କଲେ ବିଏମସି କମିଶନର

ଓଡିଶା ବଡ ଖବର ମହାନଗର

#ରାଜଧାନୀରେ_ଖୋଲିବ_କେଉଁ_ଦୋକାନ              ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱରରେ କପଡ଼ା ଦୋକାନ ଖୋଲିପାରିବ । କିନ୍ତୁ ଏହା ଆବାସିକ ଘରକୁ ଲାଗିଥିବା ଷ୍ଟଲ ହୋଇଥିବା ଦରକାର । ସେହିପରି ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ ଖୋଲିପାରିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ସମସ୍ତ ଦୋକାନ ଖୋଲିପାରିବ । ସପିଂ ମଲ ଏବଂ ମାର୍କେଟ କମ୍ପେ୍ଲକ୍ସ ଖୋଲିପାରିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା । ଗୋଟିଏ କୋଠାରେ ୫ଟିରୁ ଅଧିକ ଦୋକାନ ଥିଲେ ଏହାକୁ ମାର୍କେଟ କମ୍ପେ୍ଲକ୍ସ ଭାବେ ଧରାଯିବ । ·’, ପାନ, ସ୍ପା, ଗୁଟଖା ଦୋକାନ ଖୋଲିପାରିବ ନାହିଁ । ସେହିପରି ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଦିଆଯାଇଛି କିନ୍ତୁ ସେଠାରେ ଖାଇବା ଅନୁମତି ଦିଆଯାଇ ନାହିଁ । ଗ୍ରାହକ ଏଠାରୁ ପାର୍ସଲ ନେଇପାରିବେ । ନିର୍ମାଣ ସାମଗ୍ରୀ ଦୋକାନ ଖୋଲିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ସାମଗ୍ରୀ ରାତିରେ ନିଆଯିବାକୁ ପରାମର୍ଶ ଦିଆଯାଇଛି ।
ସେ କହିଛନ୍ତି, ଗୋଟିଏ ଦୋକାନରେ ଏକକାଳୀନ ୫ ଜଣ ଗ୍ରାହକଙ୍କୁ ଏକାଠି ଆସିବାକୁ ଅନୁମତି ଦିଆଯାଇ ନାହିଁ । ଛିଙ୍କ, କାଶ ହେଉଥିବା ଲୋକଙ୍କୁ ଦୋକାନରେ ପ୍ରବେଶ ଦେବେ ନାହିଁ । ଯେଉଁମାନେ ମାସ୍କ ନ ପିନ୍ଧି ନ ଥିବେ ଦୋକାନୀମାନେ ସେମାନଙ୍କୁ ପ୍ରବେଶ ଦେବେ ନାହିଁ । ସକାଳ ୮ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକ ଖୋଲିପାରିବ । ୫୦ ପ୍ରତିଶତ କର୍ମ·ରୀଙ୍କୁ ନେଇ ଦୋକାନଗୁଡ଼ିକ ଖୋଲାଯାଇପାରିବ ।
ବ୍ୟାଙ୍କମାନେ କେମିତି ସେମାନଙ୍କର କାମ କରିବେ, ସେମାନଙ୍କୁ ଗାଇଡଲାଇନ ଦିଆଯାଇଛି । ନିର୍ମାଣସ୍ଥଳୀରେ ଯଦି କାମ ଚାଲିଥିଲେ ବାହାରୁ ଶ୍ରମିକ ଆଣିପାରିବେ ନାହିଁ । ନିର୍ମାଣ ସାମଗ୍ରୀ ରାତିରେ ଆଣିପାରିବେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ବ୍ୟବସାୟୀମାନଙ୍କୁ ନିଜର ଦୋକାନରେ ହ୍ୟାଣ୍ଡ ୱାସ ଓ ସାନିଟାଇଜର ରଖିବାକୁ ହେବ ।