ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ -

ଯାଜପୁର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ –

ଓଡିଶା ଜିଲ୍ଲା ଯାଜପୁର

#ପ୍ରବାସୀ_ଶ୍ରମିକମାନଙ୍କୁ_ଶୁଖିଲା_ଖାଦ୍ୟ_ବଣ୍ଟନ        ଯାଜପୁର : ( ବିଶ୍ବଜିତ ରଣା )       ଯାଜପୁର ବିଧାନସଭାର କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ନେତୃତ୍ୱରେ ପୂର୍ବତନ ସାଂସନ୍ଦ ଅଞ୍ଚଳ ଦାସ, ଜିଲ୍ଳା ଦଳିତ ସେଲ ସଭାପତି ଦୁର୍ଯ୍ୟଧନ ବେହେରା, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଉପ-ସଭାପତି ବିଭୁତି ମହାପାତ୍ର, ସାଧରଣ ସମ୍ପାଦକ ହୃଷିକେଶ ପତି, ଅନୀଲ ମହାନ୍ତି, ଜୋନ କଂଗ୍ରେସ ସଭାପତି ରଘୁନାଥ ମାଝି, ଉପ-ସଭାପତି ଅଶୋକ ଦାସ , ରବି ସ୍ୱାଇଁ, ଦେବେନ୍ଦ୍ର ଧଳ, ଶ୍ରୀନିବାସ ମାଝି, ବିଜୟ ମହାପାତ୍ର ଓ ବହୁ କର୍ମୀ  ଜାତୀୟ ରାଜପଥ କୁ ଯାଇ ସଠିପୁର ଛକ ଠାରେ ବିଭିନ୍ନ ଗାଡିରେ ଠିଆ ହୋଇ, ସାଇକେଲ, ଓ ଚାଲି ଚାଲି ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଅଟକାଇ ସେମାନଙ୍କର ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ, ପାଣି, ଓଆରଏସ, ଗ୍ଲୁକୋଜ ଇତ୍ୟାଦି ପ୍ରଦାନ କରା ଯାଇଥିଲା। ସେମାଙ୍କ ମଧ୍ୟରେ ଭାଇଜାଗ,ବିଜୟଓ୍ବାଡା, ତାମିଲ ନାଡୁ, ବେଙ୍ଗାଲୁରୁ, କର୍ଣ୍ଣାଟକ ରୁ ଆସି ମୟୁରଭଞ୍ଜ,ଭଦ୍ରକ,ବାଲେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ। କେତେକ ଶ୍ରମିକ ପଡ଼ୋଶୀ ରାଜ୍ୟ ବିହାର, ପଶ୍ଚିମ ବଙ୍ଗ, ଝାରଖଣ୍ଡ କୁ ଯିବେ ବୋଲି ପ୍ରକାଶ କରିଥିଲେ।