ମା ସିଂଘବାହିନୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ମା ସିଂଘବାହିନୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

ଓଡିଶା ଜିଲ୍ଲା ଯାଜପୁର

#ମା_ସିଂଘବାହିନୀଙ୍କ_ବାର୍ଷିକ_ପୂଜା_ଉତ୍ସବ_ଅନୁଷ୍ଠିତ       ଯାଜପୁର  : ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଭିମକରପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସିଂଘବାହିନୀଙ୍କ ବାର୍ଷିକ ପୂଜା କରୋନା ଆତଙ୍କ ପରୀପେକ୍ଷରେ ନିରାଡମ୍ବରଭାବେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦିବସ ବ୍ୟାପୀ ମାଙ୍କର ପୂଜା କାର୍ଯ୍ୟକ୍ରମରେ ସକାଳେ ମାଙ୍କର ମହାସ୍ନାନ ପରେ ବଡସିଂହାର ବେଶ ଅନୁଷ୍ଠିତ ହୋଇଯାଇଛି । ଏହା ପରେ ମା ଙ୍କର ବିଭିନ୍ନ ଉପଚାର ପୂଜା ଆରମ୍ଭ ହୋଇ ଚଣ୍ଡୀପାଠ, ହୋମ ଆଦି କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଗ୍ରାମରେ ଥିବା ଅନ୍ୟାନ୍ୟ ଦେବାଦେବୀଙ୍କର ଆବାହନୀ ପୂଜା କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ପଣ୍ଡିତ ଭୂପତିଭୂଷଣ ମିଶ୍ରଙ୍କ ଦ୍ୱାରା ମାଙ୍କ ସମସ୍ତ ପୂଜା ଅନୁଷ୍ଠିତ ହୋଇଥିଲା । ଅଭୟ ଦାସ ଓ ପ୍ରଣତୀ ପଣ୍ଡା ଏହି ପୂଜାରେ ସଂକଳ୍ପ କରିଥିଲେ । ପୂଜା ଶେଷରେ ଗ୍ରାମବାସୀଙ୍କ ଘରେ ଘରେ ପ୍ରସାଦ ବଣ୍ଟନ କରାଯାଇଥିଲା । ମା ଙ୍କର ଏହି ବାର୍ଷିକ ପୂଜା ଆୟୋଜନ ଓ ପରିଚାଳନରେ ସର୍ବଶ୍ରୀ ବିଶ୍ୱଜିତ ରଣା, ଦିବ୍ୟରଂଜନ ରଣା, ଅଜୟ ରଣା, ସତ୍ୟକାନ୍ତ ମିଶ୍ର, ବିଜୟ ରଣା, ଉଷାଶ୍ରୀ ରଣା, ସୂର୍ଯ୍ୟପ୍ରଭା ରଣା ପ୍ରମୁଖ ସହଯୋଗ କରିଥିଲେ ।